ଆଜି ଭାଲେଣ୍ଟାଇନ୍ସ ଡେ’ : ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ

Published By : Prameya-News7 Bureau | February 14, 2019 IST

ଭୁବନେଶ୍ବର ୧୪|୨:  ଆଜି ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ । ଭାଲେଣ୍ଟାଇନ୍ ସପ୍ତାହ ପାଳନ ପରେ ଆଜି ପ୍ରେମ ଦିବସ ପାଳନ ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହି ସ୍ବତନ୍ତ୍ର ଦିନଟିକୁ ଖାସ୍ କରିବା ପାଇଁ ପ୍ରେମୀଯୁଗଳମାନେ ନାନା ପ୍ରକାରର ଆୟୋଜନ କରିଥାନ୍ତି । କେହି କେହି ଏକାନ୍ତରେ ସମୟ ବିତାଇଥାନ୍ତି ତ କେହି କେହି ବାହାରକୁ ବୁଲି ଯିବାକୁ ପୋଗ୍ରାମ କରିଥାନ୍ତି । ଏପରିକି ପାର୍କ, ମଲ୍, ରେଷ୍ଟୁରାଣ୍ଟରେ ଲାଇଫ୍ ପାଟନର ସହ କିଛି ମୂହୁର୍ତ୍ତ କଟାଇବା ପାଇଁ ପ୍ରେମୀ ଯୁଗଳଙ୍କ ଭିଡ ଦେଖିବାକୁ ମିଳିବ ।

ତେବେ ଭାଲେଣ୍ଟାଇନ୍ସ ଡେ’ କୁ ଜୋରଦାର ବିରୋଧ କରୁଥିବା ବଜରଙ୍ଗ ଦଳ ଏବଂ କଳିଙ୍ଗ ସେନା ଏଥର କିନ୍ତୁ ନରମ ମନୋଭାବ ରଖିଛି । ହାତରେ ପ୍ଲା କାର୍ଡ ଏବଂ ବ୍ୟାନର ଧରି ସଚେତନତା କାର୍ଯ୍ୟକ୍ରମ କରିବାକୁ ଯୋଜନା ହୋଇଛି ।

ସେପଟେ ଭାଲେଣ୍ଟାଇନ୍ସ ଡେ ପାଇଁ ଟ୍ବିନ ସିଟିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ପାର୍କ, ମଲ୍ ସହ ବିଭିନ୍ନ ଛକରେ ସଜାଗ ରହିବେ ପୋଲିସ । କୌଣସି ଦଳ କିମ୍ବା ସଙ୍ଗଠନ ପ୍ରେମୀ ଯୁଗଳଙ୍କୁ ମାର୍‌ପିଟ୍ ଅଭିଯୋଗ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.