ଗୋଲାପରୁ ଆରମ୍ଭ ପ୍ରେମ ସପ୍ତାହ…ଭାଲେଣ୍ଟାଇନ୍ ୱିକ୍‌ର ଆଜି ରୋଜ୍ ଡେ'

Published By : Prameya-News7 Bureau | February 07, 2020 IST

ଭାଲେଣ୍ଟାଇନ୍ସ ଡେ’ର ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବିଭିନ୍ନ ଡେ’ର ସେଲିବ୍ରେସନ ।ଆଜିଠୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ଓ୍ୱିକ୍‌। ସାରା ବିଶ୍ୱରେ ରୋଜ ଡେ ସେଲିବ୍ରେସନ ସହ ଆରମ୍ଭ ହୋଇଯିବ ପ୍ରେମ ଋତୁ। ଭାଲେଣ୍ଟାଇନ ୱିକ୍‌ର ପ୍ରଥମ ଦିନକୁ ରୋଜ ଡେ ଭାବେ ପାଳନ କରାଯାଇଥାଏ। ରୋଜ୍‌ ଡେ'ରେ ପ୍ରେମୀଯୁଗଳ ଗୋଲାପ ଦିଆନିଆ ହୁଅନ୍ତି। ରୋଜ ଡେ ଏହି ଦିନ କପଲ ପରସ୍ପରକୁ ଲାଲ ଗୋଲାପ ଦିଅନ୍ତି। ଲାଲ ଗୋଲାପ ଦେଇ ମନର ଭାବନାକୁ ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ। ଏହି ଦିନରେ ଗୋଲାପ ଫୁଲର ଅଧିକ ଗୁରୁତ୍ୱ ଥାଏ।

{"id":221263,"sizeSlug":"large"}

ଏଥିପାଇଁ ଫୁଲ ବଜାରରେ ମଧ୍ୟ ଗୋଲାପର ଦାମ ବଢେ ଯୁବପିଢ଼ୀଙ୍କ ଭିଡ଼। ଗୋଲାପ ସହ ଅନ୍ୟାନ୍ୟ ଫୁଲ ଉପହାର ଦେଇ ଆଜି ନିଜ ପାର୍ଟନରଙ୍କୁ ସ୍ପେସିଆଲ୍‌ ଅନୁଭବ କରାଯାଏ। ଏହି ଦିନ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ।

{"id":221264,"sizeSlug":"large"}

ଫୁଲ ଦେଇ କିଛି ପ୍ରେମୀଯୁଗଳ ଅନେକ ସ୍ମରଣୀୟ ମୁହୂର୍ତ୍ତ ସାଉଁଟିଥାନ୍ତି। ଏହି ଅବସରରେ ବିବାହିତ କପଲ ମାନେ ମଧ୍ୟ ନିଜ ଦିନକୁ ଖାସ୍‌ କରିବା ପାଇଁ ଗୋଲାପ ଦିଆନିଆ ହୁଅନ୍ତି। ଅନେକ କ୍ଷେତ୍ରରେ ବିବାହିତ ଦମ୍ପତ୍ତି ମଧ୍ୟ ଭାଲେଣ୍ଟାଇନ ୱିକ୍ ଖୁବ ଭଲ ଭାବେ ପାଳନ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.