ଆସନ୍ତା କାଲିଠୁ ଆରମ୍ଭ ହେଉଛି ଭେଲେନଣ୍ଟାଇନ ସପ୍ତାହ : ଜାଣନ୍ତୁ କେଉଦିନ କଣ ଓ କାହିଁକି
6/02/2019 at 5:20 PM

ଆସନ୍ତା କାଲିଠୁ ଆରମ୍ଭ ହେଉଛି ଭାଲେନଣ୍ଟାଇନ ସପ୍ତାହ । ଏହି ସପ୍ତାହ ବା ପକ୍ଷକୁ ପ୍ରେମର ସପ୍ତାହ ବୋଲି କୁହାଯାଏ । ପ୍ରେମ ନିବେଦନରୁ ଆରମ୍ଭ କରି ପ୍ରେମ ପର୍ଯ୍ୟନ୍ତ ଏ ସପ୍ତାହର ବିଶେଷତ୍ବ । ଫେବୃଆରୀ ମାସର ଦ୍ବିତୀୟ ସପ୍ତାହକୁ ପ୍ରେମ ସପ୍ତାହ ଭାବେ ପାଲନ କରାଯାଏ ।

ଭାଲେନଣ୍ଟାଇନ ଡେ ପ୍ରତି ବର୍ଷ ଫେବୃଆରୀ ମାସ ୧୪ ତାରିଖରେ ସେଲିବ୍ରେଟ କରାଯାଏ । ଫେବୃଆରୀ ମାସ ୧୪ ତାରିଖ ପୂର୍ବରୁ ଗୋଟେ ସପ୍ତାହ ଭାଲେନଣ୍ଟାଇନ ୱିକ୍ ସେଲିବ୍ରେଟ କରାଯାଏ। ସାଧାରଣତଃ ଏହି ସପ୍ତାହରେ ଅନେକ କପଲ ପରସ୍ପରଙ୍କୁ ପ୍ରେମ ନିବେଦନ କରନ୍ତି। ରୋଜ୍ ଡେରୁ ଆରମ୍ଭ ହୁଏ ଏହି ସପ୍ତାହ । ତାପରେ ପ୍ରପୋଜ୍ ଡେ, ଚକୋଲେଟ ଡେ, ପ୍ରମିଜ ଡେ, ଟେଡି ଡେ, ହଗ ଡେ ଓ କିସ୍ ଡେ ପରେ୧୪ ତାରିଖ ହୁଏ ଭାଲେଣ୍ଟାଇନ ଡେ । ସବୁ କପଲ ପରସ୍ପରଙ୍କୁ ବିଭିନ୍ନ ପ୍ରକାରର ଉପହାର ଦେଇ ପ୍ରତି ଟି ଡେ ସେଲିବ୍ରେଟ କରନ୍ତି ।

ଭାଲେନଣ୍ଟାଇନ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଭାଲେନଣ୍ଟାଇନ ଡେ ପାଳନ କରାଯାଏ। ତେବେ ପ୍ରେମ ପାଇଁ ଏହି ଦିନ ଆରମ୍ଭ ହୋଇନଥିଲା। ଏହି ଦିନ ଜଣେ ଦୁଷ୍ଟ ରାଜା ଓ କୃପାଳୁ ଭାଲେନଣ୍ଟାଇନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧର କାରଣ ରୋମର ରାଜା ଥିଲେ। ରାଜାଙ୍କ ଅନୁସାରେ ପୁରୁଷଙ୍କର ବିବାହ ପରେ ସବୁ ଶକ୍ତି ଓ ବୁଦ୍ଧି ନଷ୍ଟ ହୋଇଯାଏ। ଏହି କାରଣରୁ ସେ ତାଙ୍କ ରାଜ୍ୟରେ ଘୋଷଣା କରିଥିଲେ ଯେ କୌଣସି ସୈନିକ ଓ ସେନାଅଧିକାରୀ ବିବାହ କରିବେ ନାହିଁ।

କିନ୍ତୁ ଭାଲେନଣ୍ଟାଇନ ରାଜାଙ୍କ ବିରୁଦ୍ଧରେ ଯାଇ ରାଜ୍ୟରେ ସମସ୍ତଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଉଥିଲେ। ରାଜ୍ୟରେ ଅନେକ ସୈନିକ ଓ ଅଧିକାରୀଙ୍କର ବିବାହ ମଧ୍ୟ କରାଇଥିଲେ ଭାଲେନଣ୍ଟାଇନ। ତେବେ ରାଜା ଭାଲେନଣ୍ଟାଇନଙ୍କ ଉପରେ ରାଗି ତାଙ୍କୁ ୨୬୯ ମସିହା, ଫେବୃଆରୀ ୧୪ ତାରିଖରେ ଫାଶି ଦଣ୍ଡ ଦେଇଥିଲେ। ଏହି କାରଣରୁ ଫେବୃଆରୀ ୧୪ ତାରିଖରେ ଭାଲେନଣ୍ଟାଇନଙ୍କ ସ୍ମରଣରେ ଭାଲେନଣ୍ଟାଇନ ଡେ ପାଳନ କରାଯାଏ
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021