Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୭ଫେବୃଆରୀ Rose Day, ଜାଣନ୍ତୁ କେଉଁ ଦିନ ପାଳିତ ହେବ କେଉଁ ଦିବସ

5/02/2020 at 4:33 PM

ପାଖେଇ ଆସିଲା ଭଲେଣ୍ଟାଇନ୍ ୱିକ୍। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ସାରା ବିଶ୍ୱରେ ରୋଜ ଡେ ସେଲିବ୍ରେସନ ସହ ଆରମ୍ଭ ହୋଇଯିବ ପ୍ରେମ ଋତୁ। ଚଳିତବର୍ଷ ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହେଉଛି। ଏଣୁ ବର୍ଷ ତମାମ ଏହି ସପ୍ତାହ ଅପେକ୍ଷାରେ ଥିବା ଲୋକଙ୍କର ଏବେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଭାଲେଣ୍ଟାଇନ ୱିକ୍‌ର ପ୍ରଥମ ଦିନକୁ ରୋଜ ଡେ ଭାବେ ପାଳନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ସପ୍ତାହର କେଉଁ ଦିନ ପାଳିତ ହୁଏ କେଉଁ ଦିବସ।

୭ ଫେବୃଆରୀ ରୋଜ ଡେ  
ଏହି ଦିନ କପଲ ପରସ୍ପରକୁ ଲାଲ ଗୋଲାପ ଅଥବା ନିଜନିଜ ପସନ୍ଦର ଫୁଲ ଉପହାର ଦେଇ ପରସ୍ପର ପ୍ରତି ଭାବନାର ପରିପ୍ରକାଶ କରନ୍ତି। ତେବେ ଏହି ଦିନରେ ଗୋଲାପ ଫୁଲର ଅଧିକ  ଗୁରୁତ୍ୱ ଥାଏ। ହେଲେ ଏଥିରେ ଅନ୍ୟ ଫୁଲ ଉପହାର ଦେଇ ମଧ୍ୟ ସପ୍ତାହ ଆରମ୍ଭ କରନ୍ତି ଲୋକେ।

୮ ଫେବୃଆରୀ ପ୍ରପୋଜ ଡେ
ଏହି ଦିନ ପରସ୍ପରକୁ ଭଲ ପାଉଥିବା ପୁଅ ହେଉ କି ଝିଅ ଯେ କୌଣସି ଉପାୟରେ ପାର୍ଟନରଙ୍କୁ  ନିଜର ଭାବନା ଜଣାଇ ପ୍ରସ୍ତାବ ବା ପ୍ରପୋଜ କରନ୍ତି। ଅନେକ କ୍ଷେତ୍ରରେ ବିବାହିତ ଦମ୍ପତ୍ତି ମଧ୍ୟ ଭାଲେଣ୍ଟାଇନ ୱିକ୍ ପାଳନ କରିଥାନ୍ତି। ଏଣୁ ସପ୍ତାହ ପାଳନକୁ ନେଇ ସମସ୍ତ ବେଶ ରୋମାଞ୍ଚିତ ଥାନ୍ତି।

୯ ଫବୃଆରୀ ଚକୋଲେଟ୍ ଡେ
ପ୍ରଥମେ ରୋଜ ପୁଣି ପ୍ରପୋଜ ଏଥିରେ ମୁହଁ ମିଠା କରିବାକୁ ତ ପଡିବ। ଏଣୁ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବେ ପାଳିତ ହୋଇଥାଏ। ଟଳିତବର୍ଷ ଫବୃଆରୀ ୯ ତାରିଖରେ ଚକୋଲେଟ୍ ଡେ ପାଳିତ ହେବ। ଏଣୁ ପ୍ରେମରେ ଥିବା ଯୋଡି ଏବେଠୁ ବେଶ୍ ଉତ୍ସାହିତ ଥିବାପରି ମନେ ହୁଅନ୍ତି।

୧୦ ଫେବୃଆରୀ ଟେଡି ଡେ
ମନର ଦିଆନିଆ ପରେ ଉପହାର ଏକ ସ୍ୱଭାବିକ କଥା ଏଥିରେ ଚଳିତବର୍ଷ ଭାଲେଣ୍ଟାଇନ ୱିକ୍‌ର ଚତୁର୍ଥ ଦିବସ ଫେବୃଆରୀ ୧୦ ତାରିଖରେ ପାଳିତ ହେବ। ଏଥିରେ ଯେକୌଣସି ଏକ ସଫ୍ଟ ଟୟ ବେଶି ହେଲେ ଟେଡି ବିୟରଟେ ବି ଉପହାରରେ ଦିଆଯାଇପାରେ। ଏଥିରେ କେବଳ ମେଲ ପାର୍ଟନର ନୁହେଁ ଫିମେଲ ପାର୍ଟନର ବି ତାଙ୍କ ମେଲ ପାର୍ଟନରଙ୍କୁ ଉପହାର ପ୍ରଦାନ କରିପାରନ୍ତି।

୧୧ ଫବୃଆରୀ ପ୍ରମିଶ ଡେ
୭ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଥିବା ଭାଲେଣ୍ଟାଇନ ୱିକ୍‌ର ଏହା ସବୁଠୁ ଏକ ବଡ ଦିନ। ଫୁଲ ଦିଆନିଆ ସହ ଆରମ୍ଭ ହୋଇଥିବା ସପ୍ତାହର ପ୍ରଥମ ଦିନରୁ ତୃତୀୟ ଦିନ ପର୍ଯ୍ୟନ୍ତ ଉପହାର ଆଦାନପ୍ରଦାନ ପରେ ଚତୁର୍ଥ ଦିନ ସମ୍ପର୍କର ସ୍ଥାୟିତ୍ୱ ଲାଗି କିଛି ତ  ପ୍ରତିଶ୍ରୁତି ଦରକାର। ଏଥିଲାଗି ପ୍ରେମିକ ପ୍ରେମିକା ଉଭୟ ପରସ୍ପର ପ୍ରତି ନିଷ୍ଠାବାନ ହେବା ଲାଗି କିଛି ନା କିଛିନା କିଛି ପ୍ରତିଶ୍ରୁତି ଦିଅନ୍ତି। ଏଣୁ ଏହି ଦିନଟିକୁ ପ୍ରମିଶ ଡେ କୁହାଯାଏ।

୧୨ ଫେବୃଆରୀ ହଗ୍ ଡେ
କପଲସ୍‌ଙ୍କ ଲାଗି ଏହି ଦିନଟି ବାସ୍ତବିକ ଖାସ୍। ଏହି ଦିନ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମ ପ୍ରକାଶ କରନ୍ତି। ଯାହା ସେମାନଙ୍କର ପରସ୍ପର ପ୍ରତି ଆତ୍ମିୟତାକୁ ପ୍ରମାଣିତ କରେ।

୧୩ ଫେବୃଆରୀ କିସ୍ ଡେ
ସପ୍ତାହ ସରିସରି ଆସୁଥିବା ବେଳେ ପରସ୍ପରକୁ ଚୁମ୍ବନ ଦେଇ ପ୍ରମ ଜଣାଇବା ଲାଗି ଦିନଟି ବାସ୍ତବରେ ଅନନ୍ୟ। ଜୀବନ ସାଥୀଙ୍କ ଭରସା ଜିତିବା ପରେ ଯେତେବେଳେ ଦୁଇଜଣ ପରସ୍ପର ସହ ଜୀବନ ଅତିବାହିତ ଲାଗି ଦୃଢ ନିଷ୍ପତ୍ତି ନେବା ପୂର୍ବରୁ ଏହା ଏକ ଗୁରୁତ୍ୱପୁର୍ଣ୍ଣ ଦିନ।

୧୪ ଫେବୃଆରୀ ଭାଲେଣ୍ଟାଇନ ଡେ
ସପ୍ତାହର ଶେଷ ଦିନ ଭାଲେଣ୍ଟାଇନ ଡେକୁ ବେଶ  ଉତ୍ସାହର ସହ ପାଳନ କରିଥାନ୍ତି ଲୋକେ। ସମ୍ପର୍କ  ନିବିଡ କରିବା ଲାଗି ଗୋଟିଏ ସପ୍ତାହ ହିଁ ଯଥେଷ୍ଟ। ନିଜର ମନଭାବ ପ୍ରକାଶ ପରଠାରୁ ପ୍ରତିଦିନ ଭାବର ଆଦାନ ପ୍ରଦାନ ପରେ ସପ୍ତାହର ଶେଷ ଦିନକୁ ବେଶ ଉତ୍ସାହରେ ପାଳନ କରନ୍ତି ପ୍ରେମୀ ଯୁଗଳ । ଏଥିଲାଗି ବିଭିନ୍ନ ଦେଶରେ ଲୋକେ ଭିନ୍ନ ଭିନ୍ନ ପ୍ରକାରେ ଭାଲେଣ୍ଟାଇନ ଡେ ପାଳନ କରନ୍ତି। ତେବେ ଭାରତ ଭଳି ରକ୍ଷଣଶୀଲ ଦେଶମାନଙ୍କରେ ଏଭଳି ଉତ୍ସବ ଲାଗି ଲୋକଙ୍କ ମନରେ ଆଗ୍ରହ ଥିଲେ ବି ଏବେବି ଚୋରା ଲୁଚାରେ ପାଳିତ ହେଉଛି ପର୍ବ।

   Related Posts