Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

Valentine dayରେ ହେଲା ଅଜବ ପ୍ରେମ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

14/02/2020 at 8:55 PM

ନୂଆଦିଲ୍ଲୀ ୧୪।୨:  ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେକୁ ସାରା ବିଶ୍ୱରେ ଲୋକେ ପାଳନ କରିଛନ୍ତି। ତେବେ ଦିଲ୍ଲୀ ଏୟାରପୋର୍ଟ ଓ ଇଣ୍ଡିଗୋ ବିମାନ ପ୍ରେମ ଏବେ ସୋଲିଆଲ ମିଡିଆରେ ଭାଇରାଲ ହେଉଛି। ଶୁକ୍ରବାର ସକାଳେ ଦିଲ୍ଲୀ ବିମାନ ବନ୍ଦର ଟ୍ୱିଟର ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଇଣ୍ଡିଗୋ ଏୟାରଲାଇନ୍ସ ନାମରେ ସୋ କରିଥିଲା। ଯେଉଁଥିରେ ଏୟାରପୋର୍ଟ ଇଣ୍ଡିଗୋକୁ ରନ ୱେରୁ କେବେ ଦୂରେଇ ନଯିବାକୁ କହିଥିଲା। ଯାହାର ଇଣ୍ଡିଗୋ ଏକ ସୁନ୍ଦର ଜବାବ ବି ଦେଇଥିଲା।

ଇଣ୍ଡିଗୋ ଉଲ୍ଲେଖ କରିଥିଲା ତୁମର ଭଲପାଇବା ସବୁବେଳେ ମୋତେ ଠିକ୍ ସମୟରେ ତୁମ ନିକଟରେ ପହଞ୍ଚାଇ ଦିଏ ପ୍ରତିଥର । ଜବାବରେ ଦିଲ୍ଲୀ ଏୟାରପୋର୍ଟ ଯାହା ଉଲ୍ଲେଖ କରିଥିଲା ତାହା ଥିଲା ବାସ୍ତବିକ ମଜାଦାର। ଏଥିରେ ଏୟାରପୋର୍ଟ ଇଣ୍ଡିଗୋ ସହ ଭବିଷ୍ୟତର ଅନେକ ଯୋଜନା ରଖିଥିବାର ଉଲ୍ଲେଖ କରିଥିଲା। ତେବେ ଇଣ୍ଡିଗୋ ଏହାର ଜାହା ଜବାବ ଦେଇଛି ତାହା କିଛି ଏମିତି।

ଜବାବରେ ଇଣ୍ଡିଗୋ ଲେଖିଥିଲା ତୁମେ ଯେବେ ଏପରି କୁହ ସେତେବେଳେ ମୋତେ କିଛି ଏମିତି ଲାଗିଥାଏ । ଏହି ଲଭ ଷ୍ଟୋରିରେ ପ୍ରଗାଢ ପ୍ରେମ ଭରି ରହିଛି ନିଶ୍ଟିତ। ହେଲେ ଏୟାରପୋର୍ଟ ଓ ଫ୍ଲାଇଟ୍ ର ସମ୍ପର୍କରେ ରହିଛି ଆକାଶ ଓ ମାଟିର ଫରକ। ଦୁଇ ଜଣ ପରସ୍ପରକୁ ଭେଟନ୍ତି ସତ ହେଲେ ଏହା ମାତ୍ର କିଛି ସମୟ ଲାଗି। ସମୟ ହେଲେ ଗୋଟିଏ ପ୍ରେମୀ ଏୟାରପୋର୍ଟ ଛାଡି ଆକାଶ ଆଡକୁ ଉଡିଯାଏ। ଏଣୁ ଏଥିରେ ଭାଲେଣ୍ଟାଇନ ଡେ ସେମାନଙ୍କ ଲାଗି ମଧ୍ୟ ସେପରି ଖାସ୍ ଯେପରି ଦୁନିଆର ଅନ୍ୟ ପ୍ରେମୀମାନଙ୍କ ଲାଗି। ଏଣୁ ସେମାନଙ୍କ ପ୍ରେମ ଓ ସ୍ୱୀକାର ଏବେ ସମସ୍ତେ ବେଶ ପସନ୍ଦ କରୁଛନ୍ତି।

ତେବେ କେବଳ ଇଣ୍ଡିଗୋ ନୁହେଁ ଦିଲ୍ଲୀ ଏୟାରପୋର୍ଟ ଅନ୍ୟ ବିମାନ କମ୍ପାନୀଙ୍କ ପ୍ରତି ମଧ୍ୟ ନିଜର ପ୍ରେମ ପ୍ରକାଶ କରିଛି। ହେଲେ ସେମାନେ ଏହାର ଇଣ୍ଡିଗୋ ଭଳି କିନ୍ତୁ ଜବାବ ଦେଇପାରିନାହାନ୍ତି। ଏଥିରେ କିନ୍ତୁ ସ୍ପାଇସ୍ ଜେଟ୍ କୁ ଦିଲ୍ଲୀ ଏୟାରପୋର୍ଟ ଦେଇଥିବା ବାର୍ତ୍ତା କିନ୍ତୁ ବେସ୍ ପସନ୍ଦ ଆସିଛି ଲୋକଙ୍କୁ। ସ୍ପାଇସ୍ ଜେଟ୍ ର ରଙ୍ଗକୁ ଖୁବ୍ ତାରିଫ କରିଛି ଦିଲ୍ଲୀ ଏୟାରପୋର୍ଟ।

   Related Posts