ରମଜାନରେ ଧର୍ମନିରପେକ୍ଷତାର ଉଦାହରଣ ସୃଷ୍ଟି କଲେ ବୈଷ୍ଣୋଦେବୀ ମନ୍ଦିର, ପ୍ରତ୍ୟହ ହେଲା ୫୦୦ ଲୋକଙ୍କ ସହରୀ ଓ ଇଫ୍ତାର

Published By : Prameya-News7 Bureau | May 23, 2020 IST

କଟ୍ରା ୨୩।୫: ଇସ୍ଲାମର ପବିତ୍ର ରମଜାନ ମାସ ଶେଷ ହୋଇଛି। ତେବେ ଜମ୍ମୁ-କାଶ୍ମୀରର ପ୍ରଶିଦ୍ଧ ବୈଷ୍ଣୋଦେବୀ ମନ୍ଦିର ଏହି ସମୟରେ ଧାର୍ମିକ ସମନ୍ୱୟର ଅପୂର୍ବ ଉଦାହରଣ ସୃଷ୍ଟି କରିଛି। ଚଳିତବର୍ଷ ଦେଶରେ କରୋନା ଲକଡାଉନରେ ଆରମ୍ଭ ହୋଇଥିଲା ଇସ୍ଲାମର ପବିତ୍ର ମାସ।  ଗୋଟିଏ ପଟେ ଲକଡାଉନକୁ ଅନ୍ୟପଟେ ସଂକ୍ରମଣ। ଏଥିରେ ରୋଜା ପାଳନ କରୁଥିବା ଲୋକଙ୍କ ଲାଗି ବୈଷ୍ଣୋଦେବୀ ସ୍ରାଇନ ବୋର୍ଡ ପ୍ରତିଦିନ ଅନୁନ୍ୟ ୫୦୦ ଜଣଙ୍କୁ ସହରୀ ସହିତ ଇଫ୍ତାର କରାଇଛନ୍ତି।

{"id":274882,"width":581,"height":387,"sizeSlug":"large"}

ଏହି ସମୟରେ କ୍ୱାରେଣ୍ଟାଇନ ସେଣ୍ଟରକୁ ଆସୁଥିବା ଲୋକଙ୍କ ଲାଗି ମନ୍ଦିରର ରୋଷ ଶାଳାରେ ଦୈନିକ ଦୁଇ ଓଳି ପ୍ରସାଦ ପ୍ରସ୍ତୁତ କରାଯିବା ସହ ସେମାନଙ୍କୁ ବିତରଣ କରାଯାଉଥିଲା। ଏଥିରେ ରୋଜା ରଖିଥିବା ଲୋକଙ୍କ ଲାଗି ସନ୍ଧ୍ୟାରେ ବିଶେଷ ଇଫ୍ତାରର ମଧ୍ୟ ଆୟୋଜନା କରାଯାଉଥିଲା। ତେବେ ଏଠାରେ କେବଳ କରୋନା କ୍ୱାରେଣ୍ଟାଇନ ଲାଗି ନୁହେଁ ଏହା ମନ୍ଦିରର ପାରମ୍ପାରିକ କାର୍ଯ୍ୟ ବୋଲି ସ୍ରାଇନ୍ ବୋର୍ଡ ସିଇଓ ରମେଶ କୁମାର କହିଛନ୍ତି।

{"id":274883,"sizeSlug":"large"}

ତେବେ ବୈଷ୍ଣୋଦେବୀ ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ଚଳାଯାଇଥିବା କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ କେହି ଅପଲୋଡ କରିବା ପରେ ତାହା ଭାଇରାଲ ହୋଇଯାଇଛି। ଯେଉଁଥିରେ ଲୋକେ ବୈଷ୍ଣୋଦେବୀ ମନ୍ଦିରର କାର୍ଯ୍ୟକ୍ରମକୁ ବେଶପ୍ରଶଂସା ମଧ୍ୟ କରୁଛନ୍ତି। କଠିଣ ସମୟରେ ମନ୍ଦିରର ଏପରି ସହଯୋଗ ବାସ୍ତବିକ୍ ଭଲ ଲାଗୁଥିବା ଅନେକ ୟୁଜର ଉଲ୍ଲେଖ କରୁଥିବା ବେଳେ କେତେକ ଏହା ଭାରତର ବାସ୍ତବତା ବୋଲି ଲେଖିଛନ୍ତି । ତେବେ ମନ୍ଦିରର ଏପରି କାର୍ଯ୍ୟକୁ ଅନେକ ବିରୋଧ ମଧ୍ୟ କରିଥିବାର ଦେଖାଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.