୫ ମାସ ପରେ ଆରମ୍ଭ ହେଲା ବୈଷ୍ଣୋ ଦେବୀ ଯାତ୍ରା, ପ୍ରଥମ ଦିନରେ କମ୍ ସଂଖ୍ୟକ ଶ୍ରଦ୍ଧାଳୁ: କରୋନା ପାଇଁ ଲାଗୁ ହୋଇଛି ବିଶେଷ ବ୍ୟବସ୍ଥା

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ମାତା ବୈଷ୍ଣୋ ଦେବୀଙ୍କ ଭକ୍ତଙ୍କ ପାଇଁ ଭଲ ଖବର | କରୋନା ମହାମାରୀ ଯୋଗୁଁ ୫ ମାସ ହେଲା ବନ୍ଦ ଥିବା ବୈଷ୍ଣୋ ଦେବୀ ଯାତ୍ରା ପୁଣି ଆରମ୍ଭ ହୋଇଛି | ଭକ୍ତ ରବିବାର ଦିନରୁ ବୈଷ୍ଣୋ ଦେବୀ ଯାତ୍ରା କରିପାରିବେ | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶେଷ ପ୍ରବନ୍ଧ କରାଯାଇଛି | ପ୍ରତିଦିନ ୨ ହଜାର ଭକ୍ତଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯିବ | ଏଥିପାଇଁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡିବ | ଯେଉଁମାନେ ଅନଲାଇନ ରେଜିଷ୍ଟ୍ରେସନ କରିବେ କେବଳ ସେମାନଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ଦିଆଯିବ |

{"id":315285,"width":568,"height":425,"sizeSlug":"large"}

ରବିବାର ବୈଷ୍ଣୋ ଦେବୀ ଯାତ୍ରାର ପ୍ରଥମ ଦିନ | ପ୍ରଥମ ଦିନ କାରଣରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମ ରହିଛି | ଏହି ଶ୍ରଦ୍ଧାଳୁ ମଧ୍ୟ ନିୟମ ପାଳନ କରି ଯାତ୍ରା ଆରମ୍ଭ କରିଛନ୍ତି | ବୈଷ୍ଣୋ ଦେବୀଙ୍କ ଦରବାର ଯିବାକୁ ଶ୍ରଦ୍ଧାଳୁଙ୍କୁ ମାସ୍କ ପିନ୍ଧିବା ଜରୁରୀ | ଏହାସହ ଯେଉଁ ଶ୍ରଦ୍ଧାଳୁ ବାହାର ରାଜ୍ୟରୁ ଆସିବେ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ | ଏହାସହ ଯେଉଁମାନେ ଜାମ୍ମୁ କାଶ୍ମୀରର ରେଡ ଜୋନରୁ ଆସିବେ ସେମାନଙ୍କର ମଧ୍ୟ କରୋନା ଯାଞ୍ଚ କରାଯିବ |

{"id":315286,"sizeSlug":"large"}

ବୈଷ୍ଣୋ ଦେବୀ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର କହିଛନ୍ତି ଯେ ପ୍ରଥମ ସପ୍ତାହରେ ପ୍ରତିଦିନ ୨ ହଜାର ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି ଦିଆଯାଇଛି | ସେଥିରୁ ୧୯୦୦ ଜାମ୍ମୁ କାଶ୍ମୀର ଓ ୧୦୦ ଯାତ୍ରୀ ବାହାର ରାଜ୍ୟର ରହିବେ | ଏହାପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଏହାପରେ ନିଷ୍ପତ୍ତି ନିଆଯିବ | ଯାତ୍ରା ପଞ୍ଜିକରଣ ପାଇଁ କାଉଣ୍ଟରରେ ଭିଡ ନ କରିବା ପାଇଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି ଏବଂ ଅନଲାଇନ ପଞ୍ଜିକରଣ ପରେ ଯାତ୍ରା ପାଇଁ ଅନୁମତି ଦିଆଯିବ |

{"id":315287,"width":558,"height":418,"sizeSlug":"large"}

ଯାତ୍ରୀଙ୍କୁ ନିଜ ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରିବା ଅନିବାର୍ଯ୍ୟ ବୋଲି ଅଧିକାରୀ କହିଛନ୍ତି | ମୁହଁରେ ମାସ୍କ ଓ କଭର ମଧ୍ୟ ଅନିବାର୍ଯ୍ୟ | ଯାତ୍ରା ଆରମ୍ଭ ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯିବ | ୧୦ ବର୍ଷରୁ କମ ବୟସ ଶିଶୁ, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ଗମ୍ଭୀର ରୋଗରେ ପୀଡିତ ତଥା ୬୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି | ସ୍ଥିତି ସାମାନ୍ୟ ହେବାପରେ ଏହି ପରାମର୍ଶ ଉପରେ ସମୀକ୍ଷା କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.