ପୁଣି ଥରେ ଭାରତୀୟ ବଜାରକୁ ଫେରିବାକୁ ପ୍ରସ୍ତୁତ Vaio, ୧୫’ରେ ଲଞ୍ଚ୍ ହେବ ନୂଆ ଲ୍ୟାପଟପ୍‌

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧: ଭାରତୀୟ ଲ୍ୟାପଟପ୍‌ ବଜାରରେ ଗୋଟିଏ ସମୟରେ ଧୁମ ମଚାଇଥିବା Vaio ଏବେ ପୁଣି ଫେରିବାକୁ ଯାଉଛି। ୧୫ ଜାନୁଆାରୀରୁ ଭାରତରେ Vaio ଲ୍ୟାପଟପ୍‌ ଲଞ୍ଚ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। Vaio ଲ୍ୟାପଟପ୍‌ ଇ-କମର୍ସ ଓ୍ବେବସାଇଟ୍‌ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ।

ପୂର୍ବରୁ Sony Vaio ଥିଲା। କିନ୍ତୁ ସୋନି ନିଜର ପିସି ବ୍ୟବସାୟ ବିକ୍ରି କରିଦେବା ପରେ Vaio ସ୍ବତନ୍ତ୍ର ଭାବେ ଲ୍ୟାପଟପ୍‌ ବିଜନେସ୍‌ ଆରମ୍ଭ କରିଥିଲା। ୨୦୧୮ରୁ କମ୍ପାନୀ ଲ୍ୟାପ୍‌ଟପ୍‌ ବିଜ୍‌ନେସ୍‌ ଆରମ୍ଭ କରିଥିବା ବେଳେ ଏବେ ଭାରତରେ ପ୍ରବେଶ କରିବାକୁ ଯାଉଛି। ଫ୍ଲିପ୍‌କାର୍ଟରେ Vaio ଲଞ୍ଚ ନେଇ ଏକ ଟିଜ୍‌ର ମଧ୍ୟ ସେୟାର କରାଯାଇଛି। ଅନ୍ୟପଟେ ଭାରତରେ Vaio ଲ୍ୟାପଟପ୍‌ ଲଞ୍ଚ କରିବାକୁ ନେଇ କମ୍ପାନୀ ପକ୍ଷରୁ ବି ଘୋଷଣା ସରିଛି।

Vaio ପକ୍ଷରୁ ମିଳିଥିବା ଏକ ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି, ଭାରତୀୟ ବଜାରରେ ପୁଣିଥରେ ନିଜର ସ୍ଥାନ ନେବାକୁ ଆସୁଛି। ଭାରତକୁ ଖୁବ ସୁନ୍ଦର ଲ୍ୟାପଟପ ନେଇ ଆସୁଛୁ ବୋଲି ମଧ୍ୟ ଲେଖା ଅଛି। ତେବେ ଭାରତୀୟ ଗ୍ରାହକ Vaioର ନୂଆ ଲ୍ୟାପଟପକୁ ପସନ୍ଦ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଏବେ ଭାରତରେ ମିଡ୍‌ ରେଞ୍ଜ ଲ୍ୟାପଟପ୍‌ର ଚାହିଦା ଅଧିକ ରହିଛି। ଏହା ସହ ସାଓମି ଓ ନୋକିଆ ଭଳି ମୋବାଇଲ କମ୍ପାନୀ ଲ୍ୟାପଟପ୍‌ ଲଞ୍ଚ କରିଛନ୍ତି। ତେବେ Vaio ପୁଣି ଥରେ ନିଜର ଦବଦବା ଜାହିର କରିପାରିବ କି ନାହିଁ ଏବେ କହିବା ମୁସକିଲ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.