ନିଜ ସ୍ୱାମୀଙ୍କ ସହ ପୁଣି ଥରେ ବିବାହ କରିବାକୁ ଚାହାଁନ୍ତି ଏହି ହଟ ଅଭିନେତ୍ରୀ, ୨ବର୍ଷ ପୂର୍ବରୁ ହୋଇଥିଲା ବିବାହ ବିଛେଦ
10/01/2019 at 6:32 PM

ମୁମ୍ବାଇ୧୦|୧: ୱାହବିଜ ଦୋରାବାଜି ଛୋଟ ପରାଦାର ଖୁବ ଜଣା ଶୁଣା ଅଭିନେତ୍ରୀ। ତେବେ ୱାହବିଜ ଟେଲିଭିଜନରେ ଆଜିକାଲି ନଜର ଆସୁନାହାନ୍ତି ସତ କିନ୍ତୁ ଅନେକ ହିଟ ଧାରାବାହିକରେ ସେ ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚିତ। ପ୍ୟାର କି ଏକ କାହାନୀ ଧାରାବାହିକ ୱାହବିଜଙ୍କୁ ସବୁଠୁ ଅଧିକ ଚର୍ଚ୍ଚିତ କରିଥିଲା। ଧାରାବାହିକ ହିଟ ହେବା ସହ ୱାହବିଜ ଖୁବ ଲୋକପ୍ରୟତା ହାସଲ କରିଥିଲେ। ପ୍ୟାର କି ଏକ କାହାନୀରେ ୱାହବିଜ ଦୋରାବାଜି ପଂଚୀ ଚରିତ୍ରର ଅଭିନୟ କରିଥିଲେ।

ଏହି ଧାରାବାହିକରେ ତାଙ୍କ ସହ ଭିଭିୟାନ ଡିସେନା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଶୁଟିଂ ସମୟରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା। ୨ ବର୍ଷ ଡେଟିଂ ପରେ ୨୦୧୩ ମସିହାରେ ଦୁହିଁଙ୍କ ବିବାହ ହୋଇଥିଲା। କିନ୍ତୁ କିଛି କାରଣ ଯୋଗୁଁ ଭିଭିୟାନ ଓ ୱାହବିଜଙ୍କର ଛାଡପତ୍ର ହୋଇଥିଲା।

ଭିଭିୟାନଙ୍କ ଅନୁସାରେ ବିବାହ ପରେ ମଧ୍ୟ ୱାହବିଜଙ୍କର ଅନ୍ୟ କାହା ସହ ସଂମ୍ପର୍କ ଥିଲା। ୱାହବିଜ କହୁଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ସମୟ ଦଉନଥିଲେ। ବିବାହ ବିଛେଦ ପରେ ଭିଭିୟାନ ଅନ୍ୟ କାହାକୁ ପସନ୍ଦ କରିନଥିଲେ କିନ୍ତୁ ୱାହବିଜ ବିପୁଲ ରାୟଙ୍କୁ ଡେଟ କରୁଥିଲେ। ତେବେ କିଛି ଦିନ ପୂର୍ବରୁ ଗୋଟେ ଇଂଣ୍ଟରଭିଉରେ ୱାହବିଜ ପୁଣି ଥରେ ଭିଭିୟାନଙ୍କୁ ବିବାହ କରିବାର ଇଛା ପ୍ରକାଶ କରିଥିଲେ।
Related Posts
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର
17 January 2021