ପ୍ରସିଦ୍ଧ ତାମିଲ ଟିଭି ଅଭିନେତା ବାଦିବେଲ ବାଲାଜୀଙ୍କ ହୃଦଘାତରେ ପରଲୋକ

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୯: ତାମିଲ ଟେଲିଭିଜନ ଷ୍ଟାର ଏବଂ ପ୍ରସିଦ୍ଧ କମେଡ଼ିଆନ ବାଦିବେଲ ବାଲାଜୀଙ୍କ ଗୁରୁବାର ହୃଦଘାତ ଯୋଗୁଁ ଚେନ୍ନାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୪୫ବର୍ଷ ବୟସ ହୋଇଥିଲା ଏବଂ ସେ ଗତ ୧୫ଦିନ ହେବ ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କ ପରିବାରରେ ପତ୍ନୀଙ୍କ ବ୍ୟତୀତ ପୁଅ-ଝିଅ ଅଛନ୍ତି। ତାଙ୍କ ଆକସ୍ମିକ ପରଲୋକରେ ତାମିଲ ଫିଲ୍ମ ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଲୋକେ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

wp:core-embed/twitter {"url":"https://twitter.com/rameshlaus/status/1303995780517122049","type":"rich","providerNameSlug":"twitter","className":""}
https://twitter.com/rameshlaus/status/1303995780517122049
/wp:core-embed/twitter

କୁହାଯାଉଛି ଯେ ୧୫ଦିନ ତଳେ ତାଙ୍କର ହୃଦଘାତ ହୋଇଥିଲା,ଯାହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରରେ ଥିଲେ। ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ଆଜି ସକାଳେ ସରକାରୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହୃଦଘାତ ପରେ ତାଙ୍କୁ ପକ୍ଷାଘାତ ହୋଇଥିଲା।

wp:core-embed/twitter {"url":"https://twitter.com/SagayaOfficial/status/1303991625501171712","type":"rich","providerNameSlug":"twitter","className":""}
https://twitter.com/SagayaOfficial/status/1303991625501171712
/wp:core-embed/twitter

ଲକଡାଉନ୍ ଯୋଗୁଁ ବାଲାଜୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ କିଛି ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେ ପ୍ରସିଦ୍ଧ କମେଡ଼ିଆନ୍ ବାଦିବେଲୁଙ୍କ ମିମିକ୍ରି କରିବା ପାଇଁ ଜଣା ଯାଉଥିଲେ।

{"id":327846,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.