ଟଳୁନି ଟିକା ସଙ୍କଟ, ରାଜ୍ୟର ୨୪ଜିଲ୍ଲାରେ ଟିକାକରଣ ବନ୍ଦ

Published By : Prameya-News7 Bureau | July 12, 2021 IST

ଭୁବନେଶ୍ୱର ୧୨।୦୭: ରାଜ୍ୟରେ ପୁଣି ଟିକା ଅଭାବ । ସୋମବାର ରାଜ୍ୟର ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ମାତ୍ର ୨୨୦ ସେସନ୍‌ ସାଇଟ୍‌ରେ ଟିକାଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟରେ ଟିକା ଅଭାବ ଯୋଗୁ ସୋମବାର ୨୪ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୋନପୁର ଜିଲ୍ଲାରେ ଟିକାକରଣ ହେବନି । ମାତ୍ର ୨୨୦ ସେସନ୍‌ ସାଇଟ୍‌ରେ ଟିକାଦାନ ହେବ । ଏବେ ରାଜ୍ୟରେ ମାତ୍ର ୪୦ ହଜାର ୪୬୦ କୋଭିସିଲ୍ଡ ଓ ୩ ଲକ୍ଷ ୫୩ ହଜାର ୬୩୦ କୋଭାକ୍ସିନ୍‌ ମହଜୁଦ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.