ରାଜ୍ୟରେ ଟିକା ସଙ୍କଟ, ଆଜି ୧୫ଜିଲ୍ଲାରେ ଟିକାକରଣ ବନ୍ଦ

Published By : Prameya-News7 Bureau | July 13, 2021 IST

ଭୁବନେଶ୍ୱର ୧୩।୦୭: ଟଳୁନି ଟିକା ସଙ୍କଟ । ରାଜ୍ୟରେ କରୋନା ଟିକାର ଅଭାବ ଟିକାକରଣକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ମଙ୍ଗଳବାର ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନୁଗୁଳ, ବାଲେଶ୍ବର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ କରାଯିବ ନାହିଁ। ସୋମବାର ରାଜ୍ୟର ୨୪ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ବଳକା ୬ଟି ଜିଲ୍ଲାରେ ମାତ୍ର ୫୧ ହଜାର ୬୫୦ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୩ଲକ୍ଷ ୮୫ହଜାର ୯୨୩ ଡୋଜ୍ ଟିକା ଦିଆଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.