Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟିକା ଅଭାବ, ବୁଧବାର ୧୧ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

30/06/2021 at 7:35 AM

ଭୁବନେଶ୍ୱର ୩୦।୦୬:  ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏସବୁ ଜିଲ୍ଲଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଢେଙ୍ଗାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ସୋନପୁର। କୋଭିସିଲ୍ଡ ଟିକା ଅଭାବରୁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୮ ହଜାର ୩୮୦ ଟିକା ମହଜୁଦ ରହିଛି। ତେଣୁ ଟିକାର ଉପଲବ୍ଧତା ଦେଖି କିଛି ଜିଲ୍ଲାରେ ଟିକାକରଣ ଜାରି ରହିବ। ତେବେ କୋଭାକ୍ସିନ ଟିକାକରଣ ଭୁବନେଶ୍ୱରରେ ଚାଲିବ। ଭୁବନେଶ୍ୱରରେ ୬୮ଟି ସ୍ଥାନରେ ଟିକାକରଣ କେନ୍ଦ୍ରରେ ଟିକା ମିଳିବ। ସେହିପରି ରାଜ୍ୟର ୧୯ ଟି ଜିଲ୍ଲାରେ ୨୧୦ଟି କେନ୍ଦ୍ରରେ ଆଜି ଟିକା ଉପଲବ୍ଧ ହେବ। ଜୁଲାଇ ୨ରେ କୋଭିସିଲ୍ଡ ପାଇଁ ଟିକାକାରଣ ଆରମ୍ଭ ହେବା ସମ୍ଭାବନା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

   Related Posts