ଟିକା ଅଭାବ, ଆଜି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

Published By : Prameya-News7 Bureau | July 10, 2021 IST

ଭୁବନେଶ୍ୱର ୧୦।୦୭: ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ ।

ତେବେ ରାଜ୍ୟରେ ଏବେ ମାତ୍ର ୫୯ହଜାର ୯୨୦ ଡୋଜ୍ କୋଭିସିଲ୍ ଡ ଟିକା ମହଜୁଦ ରହିଛି । ରାଜ୍ୟକୁ ଏକ ଲକ୍ଷ ଡୋଜ୍ ରୁ ଅଧିକ କୋଭାକ୍ସିନ୍ ଆସି ପହଞ୍ଚିଛି। ଏବେ ରାଜ୍ୟରେ ୩ଲକ୍ଷ ୯୩ହଜାର କୋଭାକ୍ସିନ୍ ଷ୍ଟକ୍ ରହିଛି । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.