ସମ୍‌ରେ ଆରମ୍ଭ ହେଲା ଟିକାକରଣ, ପ୍ରଥମ ଭାକସିନ୍‌ ନେଲେ ସୋଆ କୁଳପତି ଅଶୋକ ମହାପାତ୍ର

Published By : Prameya-News7 Bureau | January 16, 2021 IST

ଭୁବନେଶ୍ୱର ୧୬।୦୧: ସାରାଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଏହାପରେ ରାଜ୍ୟରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ ସମ୍‌ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ସୋଆ କୁଳପତି ଅଶୋକ ମହାପାତ୍ର । ଟିକା ନେବା ପରେ ୩୦ ମିନିଟ୍‌ ଅବରଜରଭେସନ୍‌ରେ ରଖାଯାଇଛି । ଟିକାକରଣ ପାଇଁ ସମ୍‌ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଟିକାକରଣ ପାଇଁ ୬ଟି ହସ୍ପିଟାଲ ଚୟନ କରାଯାଇଛି । ସେଥିମଧ୍ୟରୁ ସମ୍‌ ହ୍ସପିଟାଲ ରହିଛି ।

{"id":393239,"sizeSlug":"large","linkDestination":"none"}

ସେହିପରି କଟକ ଏସ୍‌ସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ମହିଳା ସଫେଇ କର୍ମଚାରୀଙ୍କୁ କଟକରେ ପ୍ରଥମ କରୋନା ଟିକା ଦିଆଯାଇଛି । ଟିକା ନେଇଥିବା ମହିଳା ସଫେଇ କର୍ମଚାରୀଙ୍କ ନାଁ ବର୍ଷା ଦେଇ ବୋଲି ଜଣାପଡିଛି ।

{"id":393240,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଦେଶରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ପ୍ରଥମେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପରେ ଏହାକୁ ୩୦ କୋଟି ଯାଏଁ ବୃଦ୍ଧି କରାଯିବ । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ ।

{"id":393241,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.