ବଲାଙ୍ଗୀରରେ ଆରମ୍ଭ ହେଲା ଟିକାକରଣ, ବିଭିନ୍ନ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | January 16, 2021 IST

ବଲାଙ୍ଗୀର ୧୬।୦୧ : ବଲାଙ୍ଗିରରେ ଆରମ୍ଭ ହୋଇଛି କରୋନା ଟିକାକରଣ । ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା, ବଲାଙ୍ଗୀର ସହରର କାନ୍ଧପାଲିପଡ଼ା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପାଟଣାଗଡ଼ ଉପଖଣ୍ଡ  ଡାକ୍ତରଖାନରେ କରୋନା ଟିକାକରଣ କେନ୍ଦ୍ର କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ ।

{"id":393303,"sizeSlug":"large","linkDestination":"none"}

ପ୍ରଥମ ଦିନରେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା କରୋନା ଟୀକାକରଣ କେନ୍ଦ୍ରରେ ଡାକ୍ତରଖାନାର ବରିଷ୍ଠ ଡାକ୍ତର କୋଭିଡ ନୋଡାଲ୍ ଅଫିସର୍ ପଲମୋନୋଲୋଜିଷ୍ଚ ଡାକ୍ତର ଗିରିଜା ଶଙ୍କର ଉଦଗାତାଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଛି । ସେହିପରି ଆଜି ପ୍ରଥମ ଦିନରେ ଟିକା ନେବାକୁ ଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଜିଲ୍ଲାପାଳ ଆସି ଆନୁଷ୍ଠାନିକ ଭାବେ ଟିକାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି l  ପ୍ରଥମ କରି କରୋନା ଟିକା ନେବାକୁ ଯାଉଥିବାରୁ ମନରେ ଉତ୍ସାହ ସହ ଭୟ ମଧ୍ୟ ରହିଛି । କରୋନା ଟିକା ନେବାକୁ ଭୟର କୌଣସି କାରଣ ନଥିବା କହିଛନ୍ତି ଡ଼ାକ୍ତର l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.