Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଭଦ୍ରକରେ ଆରମ୍ଭ ହେଲା ଟିକାକରଣ, ୪୪ଟି କେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା

16/01/2021 at 1:36 PM

ଭଦ୍ରକ ୧୬।୦୧: ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ଟିକାକରଣ । ଭଦ୍ରକ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ ହୋଇଛି ।  ଭଦ୍ରକ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮୫୬୬ ଜଣ ସରକାରୀ କର୍ମଚାରୀଙ୍କୁ  ଟିକାକରଣ ବା କୋଭିକ୍ସିନ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲାରେ ୭ଟି ବ୍ଲକରେ ୪୪ଟି ଟିକାକରଣ କେନ୍ଦ୍ର କରାଯାଇଛି ।

ଭଦ୍ରକ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ  ୫,୫୦୦ ଟିକା ଆସିଛି । ଟିକାକରଣ ପାଇଁ ୩ଟି ସ୍ଥାନରେ ଯଥାକ୍ରମେ ଭଦ୍ରକ ସହରର କୁଆଁସ ସ୍ଥିତ ପିପିସି ସେଣ୍ଟର , ଵରପଦା ପିଏଚସି  ଓ ବାସୁଦେବପୁର ସିଏଚସିରେ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଦିନ ୧୦୦ଜଣଙ୍କୁ ଟିକା ଦିଆଯିବ ନେଇ ବ୍ୟବସ୍ଥା ହୋଇଛି । ଆଗାମୀ ସାତଦିନ ମଧ୍ୟରେ ଅବଶିଷ୍ଟ ଟିକା ଦିଆଯିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ସ୍ଵାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ । ତିନୋଟି ସ୍ଥାନରେ ୩ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଟିକାକରଣକୁ ତଦାରଖ କରୁଛନ୍ତି । ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଦିଆଯାଇଛି କରୋନା ଟିକା । ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଟେଣ୍ଡେଣ୍ଟ ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀ ବାବାଜୀ ସାହୁଙ୍କୁ ଦିଆଯାଇଛି ପ୍ରଥମ କରୋନା ଟିକା । ତେବେ ଟିକା ଦେବା ପରେ ସମସ୍ତଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣ କେନ୍ଦ୍ରରେ ରଖାଯାଉଛି । ସମସ୍ତ ଟୀକାକରଣ କେନ୍ଦ୍ରରେ ପୋଲିସ ମୁତୟନ ରହିବା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି ।

   Related Posts