ଭଦ୍ରକରେ ୨ଦିନରେ କୋଭିଡ଼ ଟିକାକରଣ, ମୋଟ ୯ଟି କେନ୍ଦ୍ରରେ ହେବ ଟିକାଦାନ

Published By : Prameya-News7 Bureau | January 18, 2021 IST

ଭଦ୍ରକ ୧୮।୦୧ :  ଭଦ୍ରକ ଜିଲ୍ଲା ରେ ଦ୍ଵିତୀୟ ଦିନ ରେ ଆରମ୍ଭ ହେଲା ଟିକାକରଣ । ପ୍ରଥମ ଦିନରେ ୩ଗୋଟି କେନ୍ଦ୍ରରେ ଟୀକାକରଣ କରାଯାଇଥିବା ବେଳେ ଦ୍ଵିତୀୟ ଦିନରେ ଜିଲ୍ଲାର ୯ ଟି ଟିକାଦାନ କେନ୍ଦ୍ରରେ କୋଭିଡ଼ ଟୀକା ଦିଆଯିବ । 

{"id":394021,"sizeSlug":"large","linkDestination":"none"}

ଭଦ୍ରକରେ ପ୍ରଥମ ପର୍ଯ୍ୟାୟରେ ୮୫୬୬ ଜଣ ସରକାରୀ କର୍ମଚାରୀଙ୍କୁ  ଟିକାକରଣ ବା କୋଭିଡ଼ ଭାକସିନ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲାରେ ୭ଟି ବ୍ଲକରେ ୪୪ଟି ଟିକାକରଣ କେନ୍ଦ୍ର କରାଯାଇଛି । ତେଵେ ଭଦ୍ରକ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ  ୫,୫୦୦ ଟିକା ଆସିଛି । ଟୀକାକରଣ ପାଇଁ ପ୍ରଥମ ଦିନ ୩ଟି ସ୍ଥାନରେ ଯଥାକ୍ରମେ ଭଦ୍ରକ ସହରର କୁଆଁସ ସ୍ଥିତ ପିପିସି ସେଣ୍ଟର , ଵରପଦା ପିଏଚସି  ଓ ବାସୁଦେବପୁର ସିଏଚସିରେ ଟିକା ଦିଆଯିବା ର ବ୍ୟବସ୍ଥା ହୋଇଥିଲା । ପ୍ରତ୍ୟେକ ଦିନ ୧୦୦ଜଣଙ୍କୁ ଟିକା ଦିଆଯିବ ନେଇ ବ୍ୟବସ୍ଥା ହୋଇଛି ।

{"id":394022,"sizeSlug":"large","linkDestination":"none"}

ସମସ୍ତ ଟିକାଦାନ କେନ୍ଦ୍ରରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଟିକାକରଣକୁ ତଦାରଖ କରୁଛନ୍ତି । ଟିକା ଦେବା ପରେ ସମସ୍ତଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣ ରୁମରେ ରଖାଯାଉଛି । ସେହିପରି ଟିକାକରଣ କେନ୍ଦ୍ରରେ ପୋଲିସ ମୃତୟନ ରହିବା ସହ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି । ତେବେ ଦ୍ଵିତୀୟ ଦିନରେ ବସୁଦେବପୁର ସିଏଚସି , ବରପଦା ସିଏଚସି , ଭଣ୍ଡାରୀପୋଖରୀ ସିଏଚସି , ବନ୍ତ ସିଏଚସି , ଚାନ୍ଦବାଲି ସିଏଚସି , ଧାମନଗର ସିଏଚସି , ତିହିଡି ସିଏଚସିରେ ହେବ । ପିପିସି ସେଣ୍ଟର କୁଆଁସ , ବାଗୁରାଇ ଠାରେ ଟିକା କାରଣ ହେବ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.