"ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ": ବନ୍ଦ ହେଲାଣି ୪୦୦ କେନ୍ଦ୍ର

Published By : Prameya-News7 Bureau | April 07, 2021 IST

ଭୁବନେଶ୍ୱର ୭|୪: 'ଟିକା ଅଭାବରୁ ରାଜ୍ୟରେ ବାଧାପ୍ରାପ୍ତ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଏକଥା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୨ ଦିନ ଭିତରେ ଟିକା ନଆସିଲେ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହେବନି । ଟିକା ଅଭାବ ଯୋଗୁ ରାଜ୍ୟରେ ୪ ଶହ ଟିକା କେନ୍ଦ୍ର ବନ୍ଦ ହେଲାଣି । ଏବେ ୧୧୦୩ କେନ୍ଦ୍ରରେ ଟିକାକରଣ ଚାଲିଛି । ଏବେ ମାତ୍ର ୧ ଲକ୍ଷ ୮୫ ଟିକା କୋଲ୍ଡ ଚେନ୍ ପଏଣ୍ଟରେ ରହିଛି । ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଦିଆଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.