Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଆଜିଠୁ AIIMSରେ ୬ ରୁ ୧୨ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ

15/06/2021 at 10:34 AM

ନୂଆଦିଲ୍ଲୀ ୧୫/୬ : AIIMSରେ ଆଜିଠୁ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ କରାଯିବ । ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ପରୀକ୍ଷଣ କରାଯିବ । ପ୍ରଥମ ଦିନରେ ପ୍ରାୟ ୫ ରୁ ୧୦ ପିଲାଙ୍କ ଉପରେ ଏହି ପରୀକ୍ଷା କରାଯିବ । ଏହାପୂର୍ବରୁ, ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଟିକାର ପରୀକ୍ଷଣ କରାଯାଇଛି ।

AIIMSର କମ୍ୟୁନିଟି ମେଡିସିନ୍ ବିଭାଗର ଡ। ସଞ୍ଜୟ ରାୟ କହିଛନ୍ତି ଯେ ଶନିବାର ପର୍ଯ୍ୟନ୍ତ ଦଶ ଜଣ ପିଲାଙ୍କୁ ଟିକା ଦିଆଯାଇଛି । ଏହି ପିଲାମାନେ ୧୨ ରୁ ୧୮ ବର୍ଷ ମଧ୍ୟରେ ଥିଲେ । ବର୍ତ୍ତମାନ ମଙ୍ଗଳବାର ଅର୍ଥାତ୍ ଆଜିଠୁ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ଯାଞ୍ଚ ହେବ । ଯାଞ୍ଚ ରିପୋର୍ଟ ଆସିବା ପରେ ସେମାନଙ୍କୁ ପ୍ରଥମ ଡୋଜ ମଧ୍ୟ ଦିଆଯିବ । ଏହା ପରେ ୨ ରୁ ୬ ବର୍ଷ ବୟସର ପିଲାମାନେ ଏହି ପରୀକ୍ଷାରେ ଅନ୍ତର୍ଭୁକ୍ତ ହେବେ ।

ଯେଉଁ ପିଲାମାନଙ୍କୁ ଶନିବାର ପର୍ଯ୍ୟନ୍ତ ଟିକାକରଣ କରାଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ନିରନ୍ତର ନଜର ରଖିଛନ୍ତି । ଭାରତୀୟ ଔଷଧ ନିୟାମକ ମେ ୧୨ରେ ୨ରୁ ୧୮ବର୍ଷ ବୟସର କିଶୋରମାନଙ୍କ ଉପରେ କୋଭାକ୍ସିନ ଟିକାର ପରୀକ୍ଷଣକୁ ଅନୁମୋଦନ ଦେଇଥିଲେ । ଏହାପୂର୍ବରୁ, ପାଟନା ଭିତ୍ତିକ AIIMS ରେ ପିଲାମାନଙ୍କ ପାଇଁ ଭାରତ ବାୟୋଟେକ୍ ଟିକା ଉପଯୁକ୍ତ କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା ଆରମ୍ଭ ହୋଇଛି।

   Related Posts