Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନାର ତୃତୀୟ ଲହର ଆଶଙ୍କା, ୨ ରୁ ୧୮ବର୍ଷ ପିଲାଙ୍କ ପାଇଁ ୧୦ ରୁ ୧୨ ଦିନ ମଧ୍ୟରେ ଆରମ୍ଭ ହେବ କୋଭାକ୍ସିନର ଟ୍ରାଏଲ

18/05/2021 at 7:56 PM

ନୂଆଦିଲ୍ଲୀ,୧୮/୦୫: ଖୁବଶୀଘ୍ର ଦୁଇରୁ ୧୮ବର୍ଷ ପିଲାଙ୍କ ପାଇଁ ଦେଶରେ କୋଭ୍ୟାକସିନ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି l ଏନେଇ ନୀତି ଆୟୋଗର ସଦସ୍ୟ ଡା. ବିକେ ପାଲ କହିଛନ୍ତି ଯେ, ଦେଶରେ ଛୋଟ ପିଲାଙ୍କ ପାଇଁ ଟିକାର ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି l ଡିସିଜିଆଇ ଭାରତ ବାଇଓଟେକକୁ ଭ୍ୟାକ୍ସିନର ଫେଜ ଦୁଇ ଏବଂ ତିନି ଟ୍ରାଏଲ କରିବା ପାଇଁ ଅନୁମତି ଦେଇଛି lଏହି ସ୍ଥିତିରେ ବିକେ ପାଲ କରୋନା ଉପଚାରକୁ ଆଣ୍ଟି କୋଭିଡ ଡ୍ରଗ 2ଡିଜି ସାମିଲ କରିବା ପାଇଁ ଯାଞ୍ଚ କରାଯାଉଛି l

ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା ଡିସିଜିଆଇ ଏହାକୁ ଜରୁରୀକାଳୀନ ଉପଯୋଗ ପାଇଁ ଅନୁମତି ଦେଇଛି l 2ଡିଜିର ପ୍ରସ୍ତୁତି ଡିଆରଡିଓ କରୁଛି l ଏହା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମାଇବାର ସାହାଯ୍ୟ କରିବ l ଏହା ରୋଗୀଙ୍କ ଆକ୍ସିଜେନ ଉପରେ ନିର୍ଭରତା କମ ହେବ l ରିକୋଭରୀ ଶୀଘ୍ର କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ l

ତେବେ ଏହାର ପ୍ରଥମ ବ୍ୟାଚରେ ୧୦ ହଜାର ଡୋଜ୍ ବଜାରକୁ ଆସିବ । ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହି ଔଷଧର ‘ମଲିକ୍ୟୁଲ୍ ’ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରିବ । ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି । କ୍ଲିନିକାଲ୍ ପରୀକ୍ଷା ଫଳାଫଳରେ ଦର୍ଶାଇଛି ଯେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ । ଏଥରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ।

   Related Posts