ଶିଶୁଙ୍କୁ ଦିଆଯିବ ଭ୍ୟାକସିନ: ଏମ୍ସରେ ଆରମ୍ଭ ହେଲା କୋଭାକ୍ସିନ୍ ପରୀକ୍ଷଣ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬ : କରୋନା ସଂକ୍ରମଣରୁ ବଞ୍ଚିବାକୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (AIIMS) ରେ ସ୍ବଦେଶ ନିର୍ମିତ କୋଭାକ୍ସିନ୍ ଭ୍ୟାକସିନ ଶିଶୁଙ୍କ ଉପରେ ପରୀକ୍ଷଣ ପାଇଁ ସୋମବାର ଠାରୁ ୨ ବର୍ଷର ଶିଶୁଙ୍କଠୁ ୧୮ ବର୍ଷ ଯାଏଁ କିଶୋରଙ୍କ ଯାଞ୍ଚ ଆରମ୍ଭ ହୋଇଛି । ପାଟନା ସ୍ଥିତ ଏମ୍ସରେ ଶିଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ଭ୍ୟାକସିନ ଶିଶୁଙ୍କ ପାଇଁ ଉପଯୁକ୍ତ ନା ନୁହେଁ ସେଥିପାଇଁ ଆଜିଠାରୁ ପରୀକ୍ଷଣ ଆରମ୍ଭ ହୋଇଛି ।

ଯାଞ୍ଚ ରିପୋର୍ଟ ଆସିବା ପରେ ଶିଶୁଙ୍କୁ ଟିକା ଦିଆଯିବ । ୫୨୫ ସୁସ୍ଥ ଶିଶୁଙ୍କ ଉପରେ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣରେ ଶିଶୁଙ୍କୁ ଟିକାର ଦୁଇଟି ଡୋଜ ଦିଆଯିବ । ପ୍ରଥମ ଡୋଜର ୨୮ ଦିନ ଦିନରେ ଦ୍ୱିତୀୟ ଡୋଜ ଦିଆଯିବ ।

ଏମ୍ସର 'ସେଣ୍ଟର ଫର କମ୍ୟୁନିଟି ମେଡ଼ିସିନ'ର ପ୍ରଫେସର ଡ.ସଞ୍ଜୟ ରାୟ କହିଛନ୍ତି ଯେ, କୋଭାକ୍ସିନ୍ ପରୀକ୍ଷଣ ପାଇଁ ଶିଶୁଙ୍କ ଯାଞ୍ଚ ଆରମ୍ଭ ହୋଇସାରିଛି । ଯାଞ୍ଚ ରିପୋର୍ଟ ଆସିବା ପରେ ଟିକାର ଦୁଇଟି ଡୋଜ ଦିଆଯିବ । କୋଭାକ୍ସିନ୍ ୨ ବର୍ଷର ଶିଶୁ ଠାରୁ ୧୮ ବର୍ଷର କିଶୋରଙ୍କ ଉପରେ ପରୀକ୍ଷଣ କରିବାକୁ ମେ' ୧୨ ତାରିଖରେ ମଞ୍ଜୁରୀ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.