ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା, କୋଭାକ୍ସିନକୁ DCGIର ମଞ୍ଜୁରୀ: ଖୁବଶୀଘ୍ର ସରକାର ଆଣିବେ ଗାଇଡଲାଇନ୍

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦: ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଜାରି ରହିଛି ଟିକାକରଣ । ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ବ୍ୟାପକ ଅଭିଯାନ ଜାରି ରଖିଛନ୍ତି । ଏହା ଭିତରେ ଦେଶରେ ୮୦ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ।

ତେବେ ବିଭିନ୍ନ ରାଜ୍ୟର ମଧ୍ୟ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଏବେ ଦେଶରେ କରୋନା ସ୍ଥିତି ଭଲରେ ଅଛି । ଏହାକୁ ଦୃଷ୍ଟିରେ ରଖି ସରକାର ନବମ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ସହ ପାଠପଢା ଜାରି ରଖିଛନ୍ତି । ଆଗକୁ ମଧ୍ୟ ପ୍ରାଥମିକ ସ୍ତରରେ ସ୍କୁଲ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ସବୁ ରାଜ୍ୟକୁ ଏନେଇ ନିଷ୍ପତ୍ତି ନେବାକୁ ଅନୁମତି ଦିଆସାରିଛି ।

ଏହାରି ଭିତରେ କେନ୍ଦ୍ର ସରକାର ୨ ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ଖୁବଶୀଘ୍ର କେନ୍ଦ୍ର ସରକାର ଗାଇଡଲାଇନ ଆଣିବେ । ତେବେ ପିଲାଙ୍କୁ କୋଭାକ୍ସିନ ଟିକାକୁ DCGI ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଫଳରେ ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ୍ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.