ଆଗଧାଡ଼ିର ଯୋଦ୍ଧା ମାନ୍ୟତା ଦେଲେ ସରକାର, ହେଲେ ଟିକା ଦେବାକୁ ପଛଘୁଞ୍ଚା, ସାମ୍ୱାଦିକଙ୍କ ପାଇଁ ନାହିଁ ଟିକା

Published By : Prameya-News7 Bureau | May 06, 2021 IST

ନୀଳଗିରି, ୦୬/୦୫: ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଆଗ ଧାଡ଼ିର ଯୋଦ୍ଧା ଭାବେ ବିବେଚନା କରିଛନ୍ତି । ହେଲେ ସେହି ଯୋଦ୍ଧାଙ୍କୁ ଟିକାକରଣ ପାଇଁ ପ୍ରଶାସନ ଏତେ ପଛ ଘୁଞ୍ଚା କାହିଁକି ?

ସୂଚନା ଅନୁସାରେ, ଆଜି ବାଲେଶ୍ଵରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟତ୍ର ଟିକାକରଣ କରାଯାଇଥିଲା । ନୀଳଗିରି ଉପଖଣ୍ଡ ଲୋକ ସମ୍ପର୍କ ସୂଚନା ଅଧିକାରୀ ନୀଳଗିରି ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ନୀଳଗିରି ଏସଡିଏମଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ । କିଛି ସାମ୍ୱାଦିକ ତାଙ୍କୁ ଫୋନ କରି ଯୋଗାଯୋଗ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ଆଉ କିଛି ସାମ୍ୱାଦିକ ସେଠାକୁ ଯାହି ସହ ତାଙ୍କୁ ପଚାରିଥିଲେ । କିନ୍ତୁ ସେତେବେଳକୁ ଟିକା ନଥିବା ଜାଣିବାକୁ ପାଇଥିଲେ ।

ଏପରିକି ଅଫିସକୁ ଲିଷ୍ଟ ଆସିନଥିବା ମଧ୍ୟ କୁହାଯାଇଥିଲା । ପ୍ରଶ୍ନ ଉଠେ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଟିକାକରଣ ପାଇଁ ଏତେ ପଛ ଘୁଞ୍ଚା କାହିଁକି । ତେବେ ଏହି ଘଟଣାକୁ ନେଇ ସାମ୍ୱାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଉପଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟରତ ସାମ୍ୱାଦିକଙ୍କୁ ତୁରନ୍ତ ଅନ୍ୟତ୍ର ଟିକାକରଣ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.