Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭାକସିନ୍‌ର ଉପଲବ୍ଧତା ଓ WHOର ଗାଇଡଲାଇନ୍ସକୁ ଅଣଦେଖା କରିଛନ୍ତି ସରକାର, ପ୍ରଶ୍ନ ଉଠାଇଲା ସେରମ ଇନଷ୍ଟିଚ୍ୟୁଟ

22/05/2021 at 10:43 AM

ନୂଆଦିଲ୍ଲୀ,୨୨/୦୫:   କରୋନା ମହାମାରୀ ମଧ୍ୟରେ ଦେଶରେ ଟିକାକରଣ ଜାରି ରହିଛି । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ତେବେ କେଉଁଠି ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକା ମିଳୁନଥିବା ବେଳେ ୪୫ ବର୍ଷ ବୟସ୍କଙ୍କୁ ଟିକା ପାଇଁ ଅପେକ୍ଷା କରିବାକୁ ପଡୁଛି । ଏହାମଧ୍ୟରେ ପୁଣେ ସେରମ ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଧବ ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶ୍ନ କରିଛନ୍ତି । ସରକାର ଭାକସିନର ଷ୍ଟକ୍ ବାବଦରେ ନଜାଣି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନକୁ ନମାନି ବିଭିନ୍ନ ଆୟୁବର୍ଗଙ୍କୁ ଟିକାକରଣ ପାଇଁ ଅନୁମତି ଦେଇଥିବା ସେ କହିଛନ୍ତି ।

ହିଲ୍ ହେଲଥ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁରେଶ କହିଛନ୍ତି ଯେ, ସରକାର ଭାକସିନର ଉପଲବ୍ଧତା ଓ ହୁ ର ଗାଇଡଲାଇନକୁ ନଦେଖି ବିଭିନ୍ନ ଆୟୁବର୍ଗଙ୍କୁ ଟିକା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଦେଶରେ ହୁ ର ଗାଇଡଲାଇନକୁ ପାଳନ କରିବା ଆବଶ୍ୟକ । ପ୍ରାଥମିକତା ଆଧାରରେ ଟିକାକରଣ କରିବା ଆବଶ୍ୟକ । ପ୍ରଥମେ ୩୦ କୋଟି ଲୋକଙ୍କୁ ଭାକସିନ୍ ଦିଆଯାଇଥାନ୍ତା । ଏଥିପାଇଁ ୬୦ କୋଟି ଡୋଜ୍ ଦରକାର । କେତେ ଭାକସିନ୍ ଅଛି ତାହା ନଜାଣି ସରକାର ପ୍ରଥମେ ୪୫ରୁ ଅଧିକ ଓ ପରେ ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ଭୁଲରୁ ଅନେକ ଶିକ୍ଷା ମିଳିଛି । ଜିନିଷର ଉପଲବ୍ଧତାକୁ ନଜରରେ ରଖିବାକୁ ପଡିବ । ଏହାର ବିବେକପୂର୍ଣ୍ଣ ଉପଯୋଗ କରିବାକୁ ହୁଏ । ତେବେ ଟିକା ଲଗାଇବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି । ଏଥିପାଇଁ ସତର୍କ ରହିବାକୁ ହେବ । କରୋନା ଗାଇଡଲାଇନ୍ ପାଳନ କରିବାକୁ ପଡିବ ।

ସୂଚନାଯୋଗ୍ୟ, ଦେଶରେ ଏବେସୁଦ୍ଧା ୧୯.୩୨ କୋଟି ଲୋକଙ୍କୁ ଟିକା ଦିଆଯାଇଛି । ଶୁକ୍ରବାର ହିଁ ୧୩,୮୩,୩୫୮ ଜଣଙ୍କୁ ଭାକସିନର ଡୋଜ୍ ପ୍ରଦାନ କରାଯାଇଥିଲା ।

   Related Posts