ନୟାଗଡ଼ରେ କରୋନା ଟିକା, ପ୍ରଥମ ପର୍ଯ୍ୟାୟରେ ୧୮ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍‌ସିନ୍‌

Published By : Prameya-News7 Bureau | January 13, 2021 IST

ନୟାଗଡ଼ ୧୩।୦୧: କଡା ସୂରକ୍ଷା ମଧ୍ୟରେ ନୟାଗଡରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କରୋନା ଟିକା । ପ୍ରଥମ ପର୍ଯ୍ୟାୟରେ ୪ହଜାର ଟିକା ଆସି ପହଞ୍ଚିଛି । ୧୮୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଦିଆଯିବା ଭାକସିନ୍‌ ।

 ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ନୟାଗଡ ଜିଲ୍ଲାକୁ ଏକ ଜାତୀୟ ଟିକା ଯାନରେ କରୋନା ଟିକା ପଠାଯାଇଥିଲା । ରାତି ପ୍ରାୟ ୧୦ଟା ସମୟରେ କରୋନା ଟିକା ନୟାଗଡରେ ପହଞ୍ଚିବା ପରେ ଜିଲ୍ଲାପାଳ , ସି.ଡି.ଏମ୍.ଓ. ଏବଂ ବରିଷ୍ଠ ଅଧିକାରୀମାନେ ଏହାକୁ ସ୍ୱାଗତ କରିଥିଲେ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଭାକ୍ସିନ୍ କେନ୍ଦ୍ରର କୋଲ୍ଡ ଷ୍ଟୋରେଜ୍ ରୁମ୍ରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ନୟାଗଡ ଜିଲ୍ଲା ପାଇଁ ୫୨୦୬ ଟିକା ପାଇଁ ପ୍ରଶାସନ ଲିଷ୍ଟ ଦେଇଥିବାବଳେ ଜିଲ୍ଲାକୁ ୪୦୦୦ ଟିକା ଆସିଛି ।

ସରକାରଙ୍କ ନିଷ୍ପତ୍ତି ଅନୂଯାୟୀ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ଆସ’। ୧୬ତାରିଖରେ ଜିଲ୍ଲାର ୪ଟି ସେଣ୍ଟରରେ ଏହି ଟିକା ଦିଆଯିବ । ଜିଲ୍ଲା ମୂଖ୍ୟ ଚିକିତ୍ସାଲୟ ପରିସର , ମହିପୁର , ଶରଣକୁଳ ଏବଂ ବଡପଣ୍ଡୁସର ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ଦିଆଯିବ ।  ୪ହଜାର ଟିକା ମଧ୍ୟରୁ ୧୦ପ୍ରତିଶତ ଟିକାକୁ ଏମରଜେନ୍ସି ପାଇଁ ରଖାଯିବାକୁ ସ୍ଥିର କରାଯାଇଥିବାବଳେ ବାକି ୩୬୦୦ଟିକାକୁ ୧୮୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ୨ଟି ପର୍ଯ୍ୟାୟରେ ଦିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.