Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭାକ୍ସିନ କାର୍ଯ୍ୟକାରିତା ନେଇ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସନ୍ଦେହ, କହିଲେ- ହୁଏତ ନୂଆଷ୍ଟ୍ରେନ ଉପରେ କାମକରୁନି ଟିକା

24/01/2021 at 4:36 PM

ଲଣ୍ଡନ : ବ୍ରିଟେନରେ ଟିକାକରଣ ଆରମ୍ଭଠାରୁ ଏପର୍ଯ୍ୟନ୍ତ ଅନୁନ୍ୟ ୫ ନିୟୁତରୁ ଅଧିକ ଲୋକେ ଟିକାକରଣ କରିସାରିଲାଣି। ଏଥିରେ ୮୦ରୁ ଅଧିୟ ଆୟୁବର୍ଗର ଏକ ତୃତୀୟାଂଶ ଲୋକେ ଟିକାକରଣ କରିଛନ୍ତି। ଏହା ସତ୍ତ୍ୱେ ବ୍ରିଟେନରେ କୋଭିଡ-୧୯ ସଂକ୍ରମଣ ଥମିବାର ନା ନେଉନି। ଏଣୁ ହୁଏତ ଭୂତାଣୁର ନୂଆ ଷ୍ଟ୍ରେନ ଉପରେ ଟିକା ପ୍ରଭାବୀ ହୋଇପାରୁନଥିବା ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହାନକକ୍। 

ବିଶେଷ କରି ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ବ୍ୟାପୁଥିବା କରୋନା ଷ୍ଟ୍ରେନ୍ ଉପରେ ଭାକ୍ସିନ ପ୍ରଭାବି ହେଉ ନଥିବା ସେ ଆଶଙ୍କା କରୁଛନ୍ତି। ଏଣୁ ଲୋକଙ୍କୁ ସରକାରଙ୍କ ଲକଡାଉନ୍‌ ଗାଇଡଲାଇନ୍‌ କଡାକଡି ପାଳନ ଲାଗି  ନିବେଦନ କରିଥିବା ବେଳେ ସୀମା କଟକଣା କଡାକଡି କରିବାକୁ କହିଛନ୍ତି।

ସେପଟେ ଟିକାର ପ୍ରଭାବ ଜାଣିବା ଲାଗି ଦକ୍ଷିଣଆଫ୍ରକୀୟ କରୋନା ଷ୍ଟ୍ରେନ ଉପରେ ପରୀକ୍ଷଣ କରାଯାଉଥିବା କହିଛନ୍ତି। କେବଳ ବ୍ରିଟେନ ନୁହେଁ ବିଶ୍ୱର ଯେ କୌଣସି ଦେଶରେ ଭୂତାଣୁର ନୂଆ ପ୍ରକାର ବାସ୍ତବିକ ଚିନ୍ତାଜନକ ବୋଲି ହାନକକ୍‌ କହିଛନ୍ତି। ଏଥିରେ ବ୍ରିଟେନ ନିଜର ଜିନୋମ ସିକ୍ୱେନସିଂ କ୍ଷମତାକୁ ଅନ୍ୟ ଦେଶ ଲାଗି ମଧ୍ୟ ଉପଯୋଗ ଲାଗି ପ୍ରସ୍ତୁତ ବୋଲି କହିଛନ୍ତି ହାନକକ୍‌। ଯାହା ଦ୍ୱାରା ଭୂତାଣୁର ଉପଭେଦ ଜାଣିବା ସହଜ ହେବ ବୋଲି ସେ କହିଛନ୍ତି।

ସେହିପରି ବ୍ରିଟେନରେ ଟିକାକରଣ ଜାତୀୟ ସ୍ୱାସ୍ଥ୍ୟ ସେବା ଅନ୍ତର୍ଗତ ନୁହେଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଇଷ୍ଟର ସୁଧା ଦେଶରେ ସ୍କୁଲ କଲେଜ ଖୋଲିହେବ କି ନା ସେ ନେଇ ସେ ଏବେଠାରୁ ସ୍ପଷ୍ଟ ଭାବେ କିଛି କହିପାରିବେନି ବୋଲି ସୂଚିତ କରିଛନ୍ତି। ତେବେ ପରିସ୍ଥିତିତୁ ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।  

   Related Posts