ଡେଲ୍ଟା ଠାରୁ ମଧ୍ୟ ଅଧିକ ବିପଦଜନକ କରୋନା ଭାଇରସର ଏହି ମ୍ୟୁଟାଣ୍ଟ ଭାରିଆଣ୍ଟ, ଭାକ୍ସିନକୁ କରୁଛି ପ୍ରଭାବହୀନ

Published By : Prameya-News7 Bureau | July 07, 2021 IST

ୱାସିଂଟନ : କରୋନା ଭାଇରସ ମହାମାରୀ ବିଶ୍ୱରେ ବ୍ୟାପିବା ଦିନଠାରୁ ଏହାର ନୂଆ ନୂଆ ଭାରିଏଣ୍ଟ ଆସିଲାଣି, ଯାହା ପୂର୍ବାପେକ୍ଷା ଅଧିକ ବିପଦଜନକ ହୋଇ ଉଭା ହୋଇଛି। ଏଥିରେ ଏପସିଲନ୍‌ ଭାରିଏଣ୍ଟରେ ୩ଟି ମ୍ୟୁଟେସନ ହୋଇଥିବା ବେଳେ ଏହି ମ୍ୟୁଟାଣ୍ଟ ଭୂତାଣୁ ଏବେ ଭାକ୍ସିନକୁ ବି ଧୋକା ଦେଉଥିବା ଜଣାପଡିଛି। ଏଣୁ ଏହି ଭାରିଏଣ୍ଟର ମ୍ୟୁଟେସନ ସିଏଏଲ.୨୦ସି ଏବେ ଚିନ୍ତାର କାରଣ ପାଲଟିଲାଣି।

ଯେଉଁମାନେ କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ନିଜର ଟିକାକରଣ କରାଇଛନ୍ତି ସେମାନେ ଯଦି ଏହି ଭୂତାଣୁ ଭାରିଏଣ୍ଟର ଶିକାର ହୁଅନ୍ତି ସେମାନଙ୍କ ପ୍ଲାଜମାରୁ ଏଣ୍ଟିବଡି ହ୍ରାସ କରିଦେଉଛି। ଫଳରେ ଟିକାକରଣ କରାଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଏହି ଭୂତାଣୁ ଯୋଗୁ ବିପଦରେ ପଡୁଥିବା ଦେଖା ଯାଇଛି। ଗତବର୍ଷ ମେ ମାସରେ କରୋନାର ଏପସିଲନ ଭାରିଏଣ୍ଟ କାଲିଫର୍ଣ୍ଣିଆରେ ଚିହ୍ନଟ ହୋଇଥିଲା। ୨୦୨୦ ଗ୍ରୀଷ୍ମ ଋତୁରେ ଠାବ ହୋଇଥିବା ଏହି ଭୂତାଣୁ ପ୍ରକାର ବି.୧.୪୨୭ ଋତୁ ଅପସରିବା ବେଳକୁ ବି.୧.୪୨୯ରେ ରୂପାନ୍ତରିତ ହୋଇସାରିଥିଲା।

{"id":476964,"sizeSlug":"large","linkDestination":"none"}

ସେବେଠାରୁ ଏହି ଭୂତାଣୁ ବିଶ୍ୱର ୩୪ଟି ରାଷ୍ଟ୍ରକୁ ବ୍ୟାପିସାରିଥିବା ବେଳେ ଏବେ ଏଥିରେ ହୋଇଥିବା ନୂଆ ମ୍ୟୁଟେସନ ଟିକାକୁ ମଧ୍ୟ ଖାତିର କରୁନଥିବା ଜଣାପଡିଛି। ଗବେଷକମାନେ ଯେଉଁଲୋକେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ପ୍ଲାଜମା ଭୂତାଣୁ ବିରୋଧରେ ପରୀକ୍ଷା କରିଥିଲେ ଏଥିରେ ଟିକା ନେଇଥିବା ଲୋକଙ୍କ ପ୍ଲାଜମାକୁ ବି ସାମିଲ କରାଯାଇଥିଲା। ତେବେ ଦେଖାଯାଇଛି  ଉତପରିବର୍ତ୍ତି ଭୂତାଣୁ ଯୋଗୁ ପ୍ଲାଜାମାର ପ୍ରତିରୋଧ କ୍ଷମତା ୨ରୁ ୩.୫ ଗୁଣା ହ୍ରାସ ହେଉଥିବା ଦେଖାଯାଇଛି।

ଏଥିରେ ଗବେଷକମାନେ ମ୍ୟୁଟେସନର ପରିଣାମ ସ୍ୱରୂପର ମଧ୍ୟ ପରୀକ୍ଷଣ କରିଥିଲେ। ତେବେ ଏ ନେଇ ହୋଇଥିବା ସମସ୍ତ ୧୦କୁ ୧୦ ପରୀକ୍ଷଣ ବିଫଳ ହୋଇଛି। କରୋନାର ନୂଆ ନୂଆ ଭାରିଏଣ୍ଟ ଏବେ ପ୍ରସାରିତ ହେଉଛି। ଏହି ସବୁ ଭୂତାଣୁ ପ୍ରକାର ତୀବ୍ର ବ୍ୟାପୁଥିବା ବେଳେ ସାରା ବିଶ୍ୱ ଲାଗି ଡେଲ୍ଟା ଭାରିଏଣ୍ଟ ନୂଆ ଆହ୍ୱାନ ହୋଇ ଉଭା ହେଲାଣି। ଏଥିରେ ଲମଡା ମଧ୍ୟ ଚିନ୍ତାଜନକ ପାଲଟିଛି, ହେଲେ ଏପର୍ଯ୍ୟନ୍ତ ଭାରତରେ ଏହି ଭୂତାଣୁ ପ୍ରକାରର ଜଣେବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.