Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆଶ୍ବାସନା ଦେଇଛି ଦେଶୀ ଭ୍ୟାକସିନ୍ : ଅଗଷ୍ଟ ୧୫ ସୁଦ୍ଧା ସାରା ଦେଶରେ ମିଳିବ, ସମ୍ ହସ୍ପିଟାଲରେ ହେବ ପରୀକ୍ଷା

3/07/2020 at 6:17 PM

ଭୁବନେଶ୍ୱର ୦୩/୦୭ : ଅଗଷ୍ଟ ୧୫ ତାରିଖ ବେଳକୁ ଦେଶରେ ଆସିଯିବ ଭ୍ୟାକସିନ। ଆଇସିଏମଆର ସହଯୋଗିତାରେ ଭାରତ ବାୟୋଟେକ୍‌ କରିଥିବା ଏହି ଭାକ୍ସିନ ଅଗଷ୍ଟ ୧୫ ସୁଦ୍ଧା ଲଞ୍ଚ କରିବା ଲାଗି ଟାର୍ଗେଟ ରଖାଯାଇଛି। ଏହି ଭାକ୍ସିନ ଦେଶର ବିଭିନ୍ନ ପ୍ରତିଷ୍ଠିତ ହସ୍ପିଟାଲରେ ଟ୍ରାଏଲ କରାଯିବ। ଓଡ଼ିଶାର ଏକମାତ୍ର ହସ୍ପିଟାଲ ସମ୍‌ ହସ୍ପିଟାଲରେ ଏହାର ଟ୍ରାଏଲ କରାଯିବ।

କରୋନା କହର ଭିତରେ ଆଶ୍ବାସନା ଦେଇଛି ଦେଶୀ ଭାକ୍ସନ। ଚୀନ ନୁହେଁ କି ଆମେରିକା ପ୍ରଥମ ଭାକ୍ସନ ଭାରତ ହିଁ ଆଣିବ । ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଉପଲବ୍ଧ ହେବ ଭାକ୍ସିନ। ଭାରତୀୟ ଭେଷଜ ଗବେଷଣା କେନ୍ଦ୍ର ଆଇସିଏମଆର ଏଥିପାଇଁ ଭାକ୍ସିନ ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ କମ୍ପାନୀ ଭାରତ ବାୟୋଟେକ୍‌କୁ ଦେଇଛି ଏଭଳି ଟାର୍ଗେଟ। ଆଉ କମ୍ପାନୀ ଏବେ ଟାର୍ଗେଟରେ ପହଞ୍ଚିବା ପାଇଁ ତାର ଗବେଷଣାକୁ ଜୋରଦାର କରିଛି। ଏଥିସହିତ ଆଇସିଏମଆର ସହଯୋଗରେ ଦେଶରେ ୧୩ଟି ହସ୍ପିଟାଲରେ ଏହାର ମାନବୀୟ ପରୀକ୍ଷଣ କରାଯିବ। ଓଡ଼ିଶାରେ ଏକମାତ୍ର ସମ ହସ୍ପିଟାଲରେ ଏହି ଭାକ୍ସିନର ଟ୍ରାଏଲ ହେବ। ପାଇଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲର ଅଭିଜ୍ଞ ବିଶେଷଜ୍ଞମାନେ ଏଥିପାଇଁ କାର୍ଯ୍ୟରେ ଲାଗି ଗଲେଣି।

ଡ୍ରଗ୍‌ କଂଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଓ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ବ ତୁଲାଇବେ। ବିଭିନ୍ନ ଫେଜରେ ଅଇସିଏମଆରର ଗାଇଡଲାଇନ ପାଳନ କରି ଏଭଳି ଏକ ଜରୁରୀ ଓ ଗୁରୁତ୍ବପୁଣ୍ର୍ଣ ପରୀକ୍ଷଣକୁ ଦାୟିତ୍ବସମ୍ପନ୍ନ ଭାବେ ଶେଷ କରିବା ଲାଗି ସମ ହସପିଟାଲର ବିଶେଷଜ୍ଞମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ସେହିପରି ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ୪ ହସ୍ପିଟାଲରେ ପ୍ଲାଜମା ଥେରାପି ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଏ ମଧ୍ୟରେ ସମ ହସ୍ପିଟାଲ ମଧ୍ୟ ରହିଛି। କୋଭିଡ 19ରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ପ୍ଲାଜମା ସଂଗ୍ରହ କରି ଗୁରୁତର ରୋଗୀଙ୍କୁ ଦିଆଯିବାଦ୍ବାର ଗୁରୁତର ରୋଗୀର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିପାରିବ ବୋଲି ସମ ହସପିଟାଲ ପ୍ଲାଜମା ଥେରାପି ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଚନ୍ଦନ ଦାସ।
ସୁଦୃଢ ଭିତ୍ତିଭୁମି, ଦକ୍ଷ ଡାକ୍ତରୀ ଟିମ ଏବଂ ଲାବରୋଟାରୀ ଥିବା ସମ ହସ୍ପିଟାଲ ରୋଗୀଙ୍କର ବିଶ୍ବାସ ଜିତିବା ସହିତ ଦେଶର ସ୍ବାସ୍ଥ୍ୟା କ୍ଷେତ୍ରରେ ଏକ ନୂଆ ବିପ୍ଲବ ଆଣିବାକୁ ଯାଉଛି।

   Related Posts