ସେତେବେଳେ ‘ଅଟୋ ଆମ୍ବୁଲାନ୍ସ’ ଆଉ ଏବେ ରାସ୍ତାରେ ଗଡ଼ୁଛି ‘ଭ୍ୟାକ୍‌ସିନ ଅଟୋ’, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | July 04, 2021 IST

ଚେନ୍ନାଇ ୪/୦୭: କରୋନାର ଦ୍ବିତୀୟ ଲହର ପ୍ରକୋପ ଶୀର୍ଷରେ ପହଞ୍ଚିଥିବା ବେଳେ ଲୋକେ ହସ୍ପିଟାଲରେ ବେଡ୍‌, ଅକ୍ସିଜେନ,ମେଡିସନ୍ ଆଦି ପାଇବାକୁ ଡହଳ ବିକଳ ହେଉଥିଲେ। ଦେଶରେ ଲକ୍‌ଡାଉନ୍‌ ଭଳି ସ୍ଥିତି ଥିବା ବେଳେ ଯାତାୟତ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ମଧ୍ୟ ଭୋଗୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭରମାନେ ଦେବଦୂତ ସାଜି ଲୋକଙ୍କ ସାହାଯ୍ୟ କରିଥିଲେ।

ସେତେବେଳେ ଆରମ୍ଭ ହୋଇଥିଲା ଅଟୋ ଆମ୍ବୁଲାନ୍ସ। କିନ୍ତୁ ଏବେ ସଂକ୍ରମଣ କମୁଥିବା ବେଳେ ଲୋକେ ଭ୍ୟାକସିନ୍‌ ପ୍ରତି ଆଗ୍ରହ ବଢ଼ାଉଛନ୍ତି। ଏହାକୁ ଦେଖି ଅଧିକରୁ ଅଧିକ ଲୋକଙ୍କୁ ଟିକା ପ୍ରତି ସଚେତନା କରିବା ପାଇଁ ଆଗକୁ ଆସିଛି ‘ଭ୍ୟାକସିନ୍ ଅଟୋ’। ଏନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ୍‌ ହେଉଛି।

ତାମିଲନାଡୁ ରାଜଧାନୀ ଚେନ୍ନାଇ ରାସ୍ତାରେ ଅହରହ ବୁଲୁଛି ଭ୍ୟାକସିନ୍‌ ଅଟୋ। ଏମିତି ଏକ ଭିଡିଓ ଇନଷ୍ଟାଗ୍ରାମରେ ଆର୍ଟ କିଙ୍ଗଡମ୍‌ ନାମକ ଏକ ପେଜ୍‌ରେ ସେୟାର ହୋଇଛି। ଏହି ଅଟୋକୁ ଡିଜାଇନ୍‌ କରିଛନ୍ତି ଚେନ୍ନାଇର କାରିଗର ବି. ଗୋୗତମ।

ଏହାକୁ ତିଆରି କରିବାର ମୂଳ ଲକ୍ଷ୍ୟ ଟିକା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା। ଟିକା ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଭୂତାଣୁ ସହ ଲଢ଼ିବାକୁ ଶକ୍ତି ମିଳିବା ନେଇ ମଧ୍ୟ ଭ୍ୟାକସିନ୍‌ ଅଟୋ ଲୋକଙ୍କୁ ବୁଝାଉଥିବା​‌ ଦେଖିବାକୁ ମିଳିଛି ।  

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.