Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ହସ୍ପିଟାଲ ଷ୍ଟୋର୍‌ରୁ ଚୋରି ହୋଇଗଲା ୧୭୧୦ ଭାକସିନ୍, ମଧ୍ୟପ୍ରଦେଶରେ ୪୫ ରେମଡେସିଭିର୍ ନେଇଗଲେ ଆକ୍ରାନ୍ତଙ୍କ ସମ୍ପର୍କୀୟ

22/04/2021 at 2:34 PM

ଭୋପାଳ, ୨୨/୦୪:   ଦେଶରେ କରୋନା ସଂକ୍ରମଣ ବଢିବା ସହ ଅନେକ ଅତ୍ୟାବଶ୍ୟକ ଔଷଧ ଲୁଟ୍‌ର ଖବର ଆସୁଛି । ଅନେକ ରାଜ୍ୟରେ ଭାକସିନ୍ ଚୋରି କିମ୍ବା କଳାବଜାରୀ ଅଭିଯୋଗ ଆସିବାରେ ଲାଗିଛି । ଏହାମଧ୍ୟରେ ହରିୟାଣାର ଜିନ୍ଦରେ ଏକ ସରକାରୀ ହସ୍ପିଟାଲରୁ ୧୭୧୦ କରୋନା ଭାକସିନ୍ ଚୋରି ହୋଇଯାଇଛି । ସେହିପରି ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ବୁଧବାର ରାତିରେ ରେମଡେସିଭିରର ୪୫ଟି ଇଞ୍ଜେକ୍ସନକୁ କେହି ଚୋରି କରିନେଇଛନ୍ତି ।

ହରିୟାଣାରୁ ଚୋରି ହୋଇଥିବା ଭାକସିନ୍ ମଧ୍ୟରେ ୧୨୭୦ଟି କୋଭିସିଲ୍ଡ ଓ ୪୪୦ଟି କୋଭାକ୍ସିନ୍ ଡୋଜ୍ ରହିଛି । ଚୋରି ବାବଦରେ ଗୁରୁବାର ସକାଳେ ହସ୍ପିଟାଲର କର୍ମଚାରୀ ଜାଣିବାକୁ ପାଇଥିଲେ । ଷ୍ଟୋରର ସମସ୍ତ ଜିନିଷପତ୍ର ଏଣେତେଣେ ପଡିଥିଲା । ଏହାପରେ ଷ୍ଟୋର ଚେକ୍ କରାଯାଇଥିଲା । ଏହିସମୟରେ ଗୋଟିଏ ହେଲେ ଭାକସିନ୍ ନଥିବା ଦେଖିବାକୁ ମିଳିଥିଲା ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଚୋରମାନେ ପିପିସି ସେଣ୍ଟରର ମୁଖ୍ୟ ଗେଟ୍ ଭାଙ୍ଗି ଷ୍ଟୋର ଭିତରେ ପ୍ରବେଶ କରିଥିଲେ । ଏହି ଘଟଣା ପରେ ପିପିସି ସେଣ୍ଟରର ପ୍ରଭାରୀ ଏବଂ ସ୍ୱାସ୍ଥ୍ୟ ନୀରିକ୍ଷକ ରାମମେହର ବର୍ମା ଚୋରମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଧ୍ୟ ଚୋରି କରିନେଇଥିବା କହିଛନ୍ତି । ତେବେ ଫାଇଲ ନିକଟରେ ପଡିଥିବା ଟଙ୍କାକୁ ଚୋରମାନେ ନେଇ ନାହାଁନ୍ତି ।

ସେହିପରି ମଧ୍ୟପ୍ରଦେଶର ଅକ୍ସିଜେନ୍ ସିଲିଣ୍ଡର ମାମଲା ଥଣ୍ଡା ପଡିନଥିବା ବେଳେ ଶାଜାପୁର ଜିଲ୍ଲା ହସ୍ପିଟାଲରୁ ବୁଧବାର ବିଳମ୍ବିତ ରାତ୍ରରେ ରେମଡେସିଭିର୍ ଇଞ୍ଜେକ୍ସନ ଚୋରି ହୋଇଛି । ଆକ୍ରାନ୍ତଙ୍କ ପାଇଁ ମୋଟ୍ ୬୫ଟି ଇଞ୍ଜେକ୍ସନ ଆସିଥିଲା । କିନ୍ତୁ କିଛି ଦୁର୍ବୃତ୍ତ ୪୫ଟି ଇଞ୍ଜେକ୍ସନ ନେଇ ପଳାଇଥିଲେ । ୨ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ଏହି ଲୁଟ୍ କରିଥିବା ସୂଚନା ମିଳିଛି ।

ଏହି ମାମଲାରେ ପୋଲିସ ୧୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାସହ ଜିଲ୍ଲାପାଳ ଦିନେଶ ଜୈନ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ୨ ଡାକ୍ତର ଓ ୩ ମେଡିକାଲ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ସୂଚନାଯୋଗ୍ୟ,ଏହି ହସ୍ପିଟାଲରେ ଦୈନିକ ୨୦୦ କରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି ।

   Related Posts