Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟିକା ଓ ରୋଜଗାର ଏକ ସଙ୍ଗେ ଚାଲିବ, ରାଜ୍ୟମାନେ ଲକ୍‌ଡାଉନ୍‌କୁ‌ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ

20/04/2021 at 9:22 PM

ନୂଆଦିଲ୍ଲୀ ୨୦।୦୪: ଦେଶର ଆଜି କରୋନା ମହାମାରୀର ଦ୍ଵିତୀୟ ଲହରରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ପ୍ରତିଦିନ ୨ ଲକ୍ଷରୁ ନୂତନ କେସ୍‌ ସାମ୍ନାକୁ ଆସିଛି। କରୋନାର ବଢୁଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ଦେଶବାସୀଙ୍କୁ ନିଜର ସମ୍ବୋଧନରେ ଭରସା ଦେଇଛନ୍ତି ଯେ, କରୋନା ଉପରେ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ସ୍ଥିତିରେ ସୁଧାର ଆସିବ। ଲକ୍‌ଡାଉନ୍‌ ଶେଷ ରାସ୍ତା, ଏଥିରୁ ଆମକୁ ଦେଶକୁ ବଞ୍ଚାଇବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଲକ୍‌ଡାଉନ୍‌ର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶରେ ରୋଜଗାର ଓ ଟିକା ଏକ ସଙ୍ଗେ ଚାଲିବ। କେବଳ ଏତିକି ନୁହେଁ ରାଜ୍ୟକୁ  ଅପିଲ୍ କରିଛନ୍ତି ଯେ, ଲକ୍‌ଡାଉନ୍ ପରି କଠୋର ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଉପଯୋଗ କରାଯାଉ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ସମାଜ ନିଜେ ଉଠି ଛିଡା ହେବ ତେବେ କଣ୍ଟେନମେଣ୍ଟ ଜୋନ୍ସଠୁ ନେଇ ଲକ୍‌ଡାଉନ୍‌ ପର୍ଯ୍ୟନ୍ତ କଟକଣାର ଆବଶ୍ୟକତା ନାହିଁ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରାଯାଇ ସ୍ଥିତିର ମୁକାବିଲା କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରମିକ ମାନେ ଯେଉଁଠି ଅଛନ୍ତି, ସେଠି ରୁହନ୍ତୁ। ରାଜ୍ୟ ସରକାର ସେମାନଙ୍କୁ ଭରସା ଦିଅନ୍ତୁ, ଯଦ୍ଵାରା ପଳାୟନକୁ ରୋକଯାଇ ପାରିବ। ପ୍ରବାସୀଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଚାର ମାଧ୍ୟମରେ ମୋର ପ୍ରାର୍ଥନା ଯେ, ଲୋକଙ୍କୁ ସତର୍କ ଓ ସଚେତନ ରହିବା ପାଇଁ ପ୍ରୟାସ ଆଗକୁ ବଢାଯାଉ। ଭୟର ମାହୋଲ ଯେମିତି କମ ରହିବ ଏବଂ ଲୋକେ ଯେମିତି ଦ୍ଵନ୍ଦ୍ଵାତ୍ମକ ସ୍ଥିତିରେ ନ ରହିବେ ସେଥିପ୍ରତି ପ୍ରୟାସ କରାଯାଉ। ରାଜ୍ୟଗୁଡିକୁ ଅପିଲ୍ କରୁଛି ଯେ, ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ଆମେ ଦେଶବାସୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ସୁଧାରିବା ଏବଂ ଅର୍ଥବ୍ୟବସ୍ଥାକୁ ମଧ୍ୟ ସୁଧାରିବା ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ  ଲକ୍‌ଡାଉନ୍‌କୁ  ବଞ୍ଚାଇବାରୁ ସାହାଯ୍ୟ କରିଛନ୍ତି। ସେ କହିଛନ୍ତି ଯେ, ଦେଶକୁ ଲକ୍‌ଡାଉନ୍‌ରୁ ବଞ୍ଚାଇବାକୁ ପଡିବ। ବିନା କାମ ଏବଂ ଅକାରଣରେ ଘରୁ ବାହାରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମର ପ୍ରୟାସ ଜୀବନ ବଞ୍ଚାଇବା ସହ ଆର୍ଥିକ ଗତିବିଧି ଚଲାଇବା ଉପରେ ରହିଛି।

   Related Posts