Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବ୍ରିଟେନ୍‌​‌ରେ ଅନଲକ୍‌ ଆଶା କ୍ଷୀଣ ! ଭାରତ ଭାରିଏଣ୍ଟ ବିରୋଧରେ ୟୁକେ ଟିକା କମ୍‌ ପ୍ରଭାବଶାଳୀ- ବିଶେଷଜ୍ଞ

15/05/2021 at 8:31 PM

ନୂଆଦିଲ୍ଲୀ ୧୫/୫: କରୋନା ଭ୍ୟାକସିନ୍‌ କେତେ ପ୍ରଭାବଶାଳୀ ? କରୋନା ଭାରିଏଣ୍ଟକୁ ରୋକିପାରିବ କି ବର୍ତ୍ତମାନର ଭ୍ୟାକସିନ୍‌ ? ଏମିତି ଅନେକ ପ୍ରଶ୍ନ ଏବଂ ଜବାବ ମଧ୍ୟରେ ଦେଶ ତଥା ବିଦେଶରେ ଟିକାକରଣ ଜୋରଦାର ଚାଲିଛି। ଏବେ ପୁଣି ବ୍ରିଟେନ୍‌ ବିଶେଷଜ୍ଞଙ୍କ ଦାବି ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ରିଟେନରେ କରୋନାରୁ ରକ୍ଷା ପାଇବାକୁ ଦିଆଯାଉଥିବା ଟିକା କରୋନାର B1.617.2 ଭାରିଏଣ୍ଟକୁ ରୋକିବାରେ କମ୍‌ ପ୍ରଭାବଶାଳୀ । ବ୍ରିଟେନର ବିଶିଷ୍ଟ ବୈଜ୍ଞାନିକ ଯିଏକି ଦେଶର ଟିକାକରଣର ନେତୃତ୍ବ ନେଉଛନ୍ତି ସେ ଶନିବାର ଏହି ଦାବି କରିଛନ୍ତି।

କିଛି ବିଶେଷଜ୍ଞଙ୍କ ମତରେ କରୋନାର ଏହି ଭାରିଏଣ୍ଟ ପ୍ରଥମେ ଭାରତରୁ ମିଳିଥିଲା। ନ୍ୟୁଜ ଏଜେନ୍ସି ମୁତାବିକ, କରୋନାର B1.617.2 ଭାରିଏଣ୍ଟର ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସପ୍ତାହରେ ଦୁଇ ଗଣ ହୋଇଯାଇଛି। ଦେଶର ଯେଉଁ କ୍ଷେତ୍ରରେ ଏହି ଭାରିଏଣ୍ଟର ଭୂତାଣୁ ସଂକ୍ରମଣ ଦେଖାଦେଇଛି ସେଠାରେ ଟିକାକରଣ କ୍ଷିପ୍ର କରିଦିଆଯାଇଛି। ୟୁକେରେ ନୂଆ ଭାରିଏଣ୍ଟ ଆସିବା ପରେ ଅନଲକ୍ ପ୍ରକ୍ରିୟା ଉପରେ ପୁଣି ଥରେ ରୋକ ଲାଗିବାର ଆଶଙ୍କା ଥିବା କହିଛନ୍ତି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ ହାର୍ଡନ ।

ଏହା ସହ ସେ ଦାବି କରିଛନ୍ତି ଭ୍ୟାକସିନ୍‌ ଏହି ଭାରିଏଣ୍ଟ ଉପରେ କମ୍‌ ପ୍ରଭାବଶାଳୀ ହୋଇପାରେ। ପୂରୁଣା ଭାରିଏଣ୍ଟ ତୁଳନାରେ ନୂଆ ଭୂତାଣୁ ଭାରିଏଣ୍ଟ କେଉଁ ପରିମାଣରେ ବ୍ୟାପିବ ସେନେଇ ତଥ୍ୟ ମଗାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ। ସେପଟେ ବ୍ରିଟିଶ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏହି ଭାରିଏଣ୍ଟ ସଂକ୍ରମଣ ଏବେ ଉତ୍ତର ପଶ୍ଚିମ ଇଂଲଣ୍ଡ ଏବଂ ଲଣ୍ଡନରେ ବ୍ୟାପିବା ଆରମ୍ଭ କରିଛି।

ଏହାକୁ ଦେଖି ବ୍ରିଟେନ ସରକାର କୋଭିସିଲ୍ଟ ଟିକାର ଦୁଇ ଡୋଜ୍‌ ମଧ୍ୟରେ ଅନ୍ତର କମ କରିଛନ୍ତି। ଦୁଇ ଡୋଜ୍‌ ମଧ୍ୟରେ ଗ୍ୟାପ୍‌ ୮ସପ୍ତାହ ରଖାଯାଇଛି। ୫୦ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକା ନେବାର ସମୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ଅବଧି ୧୨ ସପ୍ତାହ ଥିଲା। ଏହି ନୂଆ ଭାରିଏଣ୍ଟ ଲୋକଙ୍କ ପ୍ରଗତିରେ ବାଧା ସୃଷ୍ଟି କରିପାରେ । ତେଣୁ ଲୋକଙ୍କ ହିତରେ ଯାହା କିଛି ଦରକାର କରିବୁ ବୋଲି ବୋରିସ ଜନସନ କହିଛନ୍ତି।

   Related Posts