ଟିକାକରଣରେ ଦେଶ ଆଗରେ, ୬ କୋଟି ୭୫ ଲକ୍ଷରୁ ଅଧିକ ଲୋକ ନେଲେଣି ଭାକସିନ୍

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ, ୦୨|୦୪ :   ଦେଶରେ ଏବେସୁଦ୍ଧା ପ୍ରାୟ ୬.୭୫ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଗୁରୁବାର ରାତି ୮ଟା ସୁଦ୍ଧା ୧୭ ଲକ୍ଷ ୪୭ ହଜାର ୦୯୪ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଏହାସହ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଏପ୍ରିଲ ୧ ତାରିଖରୁ ଟିକା ପ୍ରଦାନ ଆରମ୍ଭ ହୋଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଦେଶରେ ଗତ ଜାନୁଆରୀ ୧୬ ତାରିଖରୁ ଟିକାକରଣର ମହା ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଏହାପରେ ସମ୍ମୁଖ ଯୋଦ୍ଧାଙ୍କୁ ଭାକସିନେସନ୍ କରାଯାଇଥିଲା । ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷର ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଥିଲା ।

ତେବେ ଗୁରୁବାର ରାତି ୮ଟା ସୁଦ୍ଧା ଦେଶରେ ୬ କୋଟି ୭୫ ଲକ୍ଷ ୩୬ ହଜାର ୩୯୨ଜଣଙ୍କୁ ଟିକା ଦିଆଯାଇ ସାରିଛି । ଏହାମଧ୍ୟରେ ୮୮ ଲକ୍ଷ ୪୮ ହଜାର ୫୫୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ଡୋଜ୍ ଓ  ୫୨ ଲକ୍ଷ ୬୩ ବଜାର ୧୦୮ଜଣଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି । ସେହିପରି ୯୩ ଲକ୍ଷ ୯୯ ହଜାର ୭୭୬ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୩୯ ଲକ୍ଷ ୧୮ ହଜାର ୬୪୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି । ସେହିପରି ୪୫ ବର୍ଷରୁ ଅଧିକ ବୟସର ୪ କୋଟି ୧ ଲକ୍ଷ ୬ ହଜାର ୩୦୪ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.