ଟିକା ନେବେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର : ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ଚିଠି

Published By : Prameya-News7 Bureau | May 19, 2021 IST

ଭୁବନେଶ୍ୱର ୧୯/୫ : ଏଣିକି ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଦିଆଯିବ ଟିକା । ରାଜ୍ୟରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଟିକା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ନିଜ ନିଜ ଜିଲ୍ଲାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ସ୍ୱାସ୍ଥ୍ୟକର୍ମୀଙ୍କ ସଂସ୍ପର୍ଶରେ ଆସି ପରିବାର ଲୋକେ ସଂକ୍ରମିତକ ହେଉଛନ୍ତି । ଏସବୁକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସାରା ରାଜ୍ୟରେ ଟିକାକରଣ ଜାରି ରହିଛି । ପୂର୍ବରୁ ଆଗଧାଡିର ଯୋଦ୍ଧା ହିସାବରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେଇସାରିଛନ୍ତି । କିନ୍ତୁ ସେମାନଙ୍କ ପରିବାର ଟିକା ନେଇନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.