Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟିକା ପାଇଁ ସ୍ଲଟ୍ ଫିକ୍ସିଂ ! ଓପନ୍ ପୂର୍ବରୁ ବୁକିଂ ହୋଇଯାଇଥିଲା ସବୁ ସ୍ଲଟ୍

17/07/2021 at 11:32 AM

ଭୋଗରାଇ  ୧୭।୭: ୪୫ ବର୍ଷରୁ ଉର୍ଦ୍ଧ୍ବ ଦ୍ବିତୀୟ ଡୋଜ୍ କରୋନା ଭ୍ୟାକ୍ସିନ ପାଇଁ ୧୦ଟାରୁ ସ୍ଲଟ୍ ଖୋଲିଥିବା ବେଳେ ୧୦ଟା ୩ମିନିଟ୍ ସୁଦ୍ଧା ଭୋଗରାଇର ସମସ୍ତ ଟିକାକରଣ କେନ୍ଦ୍ରର ସ୍ଲଟ୍ ସରିଯାଇଥିଲା । ଏଥିରେ ବାଲେଶ୍ବର, ଜଳେଶ୍ବର ଅଞ୍ଚଳର ଅଧିକାଂଶ ଲୋକ ସ୍ଲଟ୍ ବୁକିଂ କରିଥିବା ଦେଖିବାକୁ ମିଳିଛି ।  ଶ୍ରଦ୍ଧାପୁରଠାରୁ ଆରମ୍ଭ କରି କମର୍ଦ୍ଦା ପର୍ଯ୍ୟନ୍ତ ସମସ୍ତ ସେଣ୍ଟରରେ ଏଭଳି ସ୍ଲଟ୍ ବୁକିଂ ହୋଇଛି ।  ୮୪ ଦିନ ଅତିକ୍ରମ କରିଥିବା ଭୋଗରାଇର ୨୫ ହଜାର ୬୦୦ ଲୋକ ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ବ୍ୟାକୁଳ ହେଉଥିବା ବେଳେ ପ୍ରଶାସନର ଦାୟିତ୍ବହୀନତା ପାଇଁ ଭୋଗରାଇବାସୀ ଟିକା ନେବାରୁ ବଞ୍ଚିତ ହେଉଛନ୍ତି ।

ଏହା ବାଦ୍ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ ପାଇଁ ୧୦ଟା ୩୦ମିନିଟରୁ ସ୍ଲଟ୍ ବୁକିଂ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ରହିଥିବା ବେଳେ ଏହା ନିର୍ଦ୍ଧାରିତ ସମୟର ୩୦ମିନିଟ୍ ପୂର୍ବରୁ ଖୋଲିବା ସହ ୧୦ଟା ୫ ବେଳକୁ ଶେଷ ହୋଇଯାଇଛି । ୧୦ଟା ୩୦ ପାଇଁ ଲୋକେ ଅପେକ୍ଷା କରିଥିବା ବେଳେ ୩୦ ମିନିଟ୍ ପୂର୍ବରୁ ସରିଯାଇଛି ।  ପ୍ରଶାସନ ପକ୍ଷରୁ ସ୍ଲଟ୍ ଫିକ୍ସିଂ କରାଯାଇଥିବା ଅନୁମାନ କରାଯାଉଛି । ଭୋଗରାଇ ନାଁରେ ଟିକାକରଣ କେନ୍ଦ୍ର ଖୋଲି ବାଲେଶ୍ବର ଓ ଜଳେଶ୍ବର ଲୋକଙ୍କୁ ଟିକା ଦେବା କେତେ ଯୁକ୍ତିଯୁକ୍ତ ଭୋଗରାଇବାସୀ ପ୍ରଶ୍ନ କରିଛନ୍ତି ।

   Related Posts