ଟିକା ନେବାକୁ ମନାକଲେ ଆଉ ମାଗଣାରେ ମିଳିବନି ଭାକ୍‌ସିନ୍, ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅପିଲ୍‌

Published By : Prameya-News7 Bureau | January 19, 2021 IST

ଭୁବନେଶ୍ୱର ୧୯।୦୧: ସ୍ୱାସ୍ଥ୍ଯକର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅପିଲ୍‌ । ଟିକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଚୟନ କରାଯାଇଛି । ଯଦି କେହି ଟିକା ନେବେନାହିଁ । ତେବେ ଆଗାମୀ ଦିନରେ ତାଙ୍କୁ ଆଉ ମାଗଣାରେ ଟିକା ମିଳିବନି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ସେହିପରି ଟିକା ନେବାକୁ ମନା କଲେ ଆଗାମୀ ଦିନରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗତକାଲି ଟିକାକରଣ ସଫଳ ହୋଇଛି । ୩୭୫ଟି ସେସନରେ ଟିକାକରଣ ହୋଇଥିଲା । ମୋଟ ୩୧ହଜାର ୯୦୨ଜଣଙ୍କୁ ଟିକା ଦେବା ଲାଗି ଟାର୍ଗେଟ ଥିଲା । କିନ୍ତୁ ୩୨ ହଜାର ୫୨୬ଜଙ୍କୁ ଟିକା ଦିଆଯାଇଛି । ସୋମବାର ୧୦୨ ପ୍ରତିଶତ ଟିକା କରଣ ହୋଇଛି । ତେବେ ଆଜି କିଛି ସେସନ କମାଯାଇଛି । ଆଜି ୧୯୨ ଟି ସେସନ ରେ ଟୀକା କରଣ ହେବ । ୧୬ ହଜାର ୨୬୧ଜଣ ଟିକା ଦିଆଯିବାର ଲକ୍ଷ୍ୟ ରହିଛି ।

ଏପର୍ଯ୍ୟନ୍ତ କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନାହିଁ । ସର୍ବମୋଟ ୭ଟି ସାମାନ୍ୟ ଧରଣର କେସ ଆସିଥିଲା । କିନ୍ତୁ ବର୍ତ୍ତମାନ ସବୁ ଠିକ ଅଛି । ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଲାଗି ଟୀକା ପର୍ଯ୍ୟାପ୍ତ ହୋଇଯାଇଛି । ଦୁଇଟି ଫେଜରେ ଯେତିକି ଟୀକା ଆସିଛି ତାହା ଆମର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ  ଦୁଇଟି ଡୋଜ ହିସାବରେ ପର୍ଯ୍ୟାପ୍ତ ହେବ । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନୁରୋଧ କରାଯାଉଛୁ । ସମସ୍ତେ ଟିକା ନେବାକୁ ଆଗକୁ ଆସନ୍ତୁ । ଯେଉଁମାନେ ଟିକା କରଣ ପାଇଁ ମନା କରି ଦେଉଛନ୍ତି । ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ।

ସେହିପରି ରାଜ୍ୟରେ ଆଜି ଆଉ ୩ ଲକ୍ଷ ୩୪ ହଜାର ୫୩୪ ଟିକା ପହଞ୍ଚିବ । ଅପରାହ୍ନ ୪.୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ଟିକା ଆସି ପହଞ୍ଚିବ । ସ୍ପାଇସ ଜେଟରେ ସମସ୍ତ ଟିକା ଆସିବ । ସୁରକ୍ଷା ଭିତରେ ଭ୍ୟାକ୍ସିନେସନ ଷ୍ଟୋରକୁ ନିଆଯିବ । ତିନି ଦିନ ପରେ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.