Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ, କୋ-ଓ୍ବିନ୍ ଆପ୍‌ରେ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

16/07/2021 at 1:14 PM

ଭୁବନେଶ୍ବର ୧୬।୭: ରାଜ୍ୟରେ ଟିକାକରଣ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଗୁରୁବାର ୧୦୯୪ଟି ସେସନରେ ଟିକାକରଣ କରାଯାଇଥିଲା । ୨ ଲକ୍ଷ ୨ହଜାର ୪୮୨ ଜଣ ଟିକା ନେଇଥିଲେ । ବର୍ତ୍ତମାନ ସୁଦ୍ଧା ମୋଟ୍ ୧ କୋଟି ୩୮ ଲକ୍ଷ ୯ ହଜାର 7୫୬ ଜଣଙ୍କୁ ଟିକା ଦିଆଯାଇଛି । 

ଶୁକ୍ରବାର ୬୮୧ଟି ସେସନରେ ଟିକାକରଣ କରାଯାଉଛି । ବର୍ତ୍ତମାନ ୪ ଲକ୍ଷ ୬୧ ହଜାର ଡୋଜ କୋଭିସିଲ୍ଡ ଟିକା ମହଜୁଦ ଅଛି । ୧ ଲକ୍ଷ ୭୯ ହଜାର ଡୋଜ୍ କୋଭେକ୍ସିନ ମହଜୁଦ ଅଛି । ଗୁରୁବାର କେନ୍ଦ୍ର ସରକାର ୩ ଲକ୍ଷ ୩୪ ହଜାର ୫୮୦ ଡୋଜ୍ ରାଜ୍ୟକୁ ପ୍ରଦାନ କରିଛନ୍ତି । ଜୁଲାଇ ମାସରେ ୨୫ ଲକ୍ଷ ୮ଶହ କୋଭିସିଲ୍ଡ ଟିକା ଆଲଟମେଣ୍ଟ ହୋଇଥିଲା । ସେଥିରୁ ୧୬ ଲକ୍ଷ ୯୪ ହଜାର ୯୮୦ ଟିକା ରାଜ୍ୟକୁ ମିଳିସାରିଛି ।  

ସେହିପରି କୋଭାକ୍ସିନ ୫ ଲକ୍ଷ ୪୦ ହଜାର ୧୧୦ ଟିକା ଆଲଟମେଣ୍ଟ ହୋଇଥିଲା । ୩ ଲକ୍ଷ ୬୨ ହଜାର ୧୦ ଟିକା ମିଳିସାରିଛି । ଶୁକ୍ରବାର ଆହୁରି ୫ ଲକ୍ଷ ଟିକା ଆସିବାର ଅଛି । ବର୍ତ୍ତମାନ ପ୍ରଥମ ଡୋଜ୍ ଅପେକ୍ଷା ଦ୍ଵିତୀୟ ଡୋଜକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ୭୦ ପ୍ରତିଶତ ଟିକା ଦ୍ଵିତୀୟ ଡୋଜ୍ ପାଇଁ ଓ ୩୦ ପ୍ରତିଶତ ଟିକା ପ୍ରଥମ ଡୋଜ ପାଇଁ ଦିଆଯାଉଛି। 

ଶୁକ୍ରବାରଠୁ ରାଜ୍ୟରେ ଗର୍ଭବତୀମାନଙ୍କୁ ଟୀକା ଦିଆଯିବ । କୋ-ଓ୍ବିନ୍ ପୋର୍ଟାଲରେ ଏଥିପାଇଁ ସ୍ବତନ୍ତ୍ର ଫିଚର ବ୍ୟବସ୍ଥା କରାଯାଇଛି । ବର୍ଷକୁ ୯ ଲକ୍ଷ ଗର୍ଭବତୀ ମହିଳା ପଞ୍ଜିକରଣ କରନ୍ତି । ସେଥିମଧ୍ୟରୁ ଟିକା ପାଇଁ ସାଢେ ୪ ଲକ୍ଷଙ୍କୁ ଠାବ କରାଯାଇପାରିବ । ଗର୍ଭବତୀଙ୍କୁ ଠାବ କରାଯିବା ସହ ଟିକାକରଣକୁ ତ୍ବରାନ୍ବିତ କରାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।

   Related Posts