ଧର୍ମଶାଳା ପ୍ରେସ୍ କ୍ଲବ୍ ପରିସରରେ ସାମ୍ବାଦିକଙ୍କୁ ଟୀକାଦାନ

Published By : Prameya-News7 Bureau | May 06, 2021 IST

ଚଣ୍ଡିଖୋଲ ୬।୫: କରୋନାର ଦ୍ବିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସରକାର ଗୁରୁତ୍ବ ଦେବା ଦୃଷ୍ଟିରୁ ଟୀକାଦାନ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି ।

ଗୁରୁବାର ଯାଜପୁର ଜିଲ୍ଲାର ସ୍ବାସ୍ଥ୍ୟବୀମା ଥିବା ୪୧୦ ଜଣ ସାମ୍ବାଦିକମାନଙ୍କୁ ଜିଲ୍ଲାର ୩ଟି ସ୍ଥାନରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି । ଧର୍ମଶାଳା ପ୍ରେସ କ୍ଲବ୍ ପରିସରରେ ବଡ଼ଚଣା, ଧର୍ମଶାଳା, ଜେନାପୁର ଅଂଚଳର ସାମ୍ବାଦିକମାନଙ୍କୁ ଟୀକା ଦିଆଯାଇଛି । ପ୍ରେସ କ୍ଲବ୍ ପରିସରରେ ଟୀକାକରଣ ସେଣ୍ଟରକୁ ଆନୁଷ୍ଠାନିକ ଭାବେ ଧର୍ମଶାଳା ବ୍ଲକ୍ ଉନ୍ନୟନ ଅଧିକାରୀ ଉଦଘାଟନ କରିଥିଲେ । ତହସିଲଦାର, ମେଡିକାଲ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଟୀକା ନେବାକୁ ଆସିଥିବା ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.