କାଲିଠୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ, କୋଉଇନ ଆପ୍‌ରେ କରିବାକୁ ପଡିବ ପଞ୍ଜିକରଣ

Published By : Prameya-News7 Bureau | February 28, 2021 IST

ଭୁବନେଶ୍ଵର ୨୮।୦୨: କାଲିଠୁ ଆରମ୍ଭ ହେବ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ । ଉଭୟ  ସରକାରୀ  ଓ ସରକାରୀ ଅନୁବନ୍ଧିତ  ଘରୋଇ ଡାକ୍ତରଖାନାରେ ଏହି ଟିକାକରଣ କରାଯିବ । ଏଥିପାଇଁ  ୬୦ ବର୍ଷରୁ ବୟସ୍କ   ଏବଂ  ବହୁରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋଉଇନ ଆପରେ ପଞ୍ଜିକରଣ କରିବାକୁ ପଡିବ । ଘରୋଇ ଟିକାକରଣ କେନ୍ଦ୍ରରେ ସର୍ଭିସ ଚାର୍ଜକୁ ମିଶାଇ ୨୫୦ ଟଙ୍କା ଦେବାକୁ ପଡିବ ଓ ସରକାରୀ ଡାକ୍ତରଖାନରେ ମାଗଣାରେ ଟିକା ମିଳିବ । ତେବେ କିଏ କେଉଁଠି ଟିକା ନବେ ତାହା ଟିକା ନେବା ବ୍ୟକ୍ତି ହିଁ ସ୍ଥିର କରିବେ ।

କୋ ଉଇନ-ଟୁ  ଆପ୍ ୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ନିଜ ମୋବାଇଲ ନମ୍ବର  ଓ ପରିଚୟପତ୍ର ଦେଇ  ପଞ୍ଜୀକରଣ  କରିବାକୁ ପଡିବ । ସେହିପରି ବହୁ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନେ ଟିକା ନେବାକୁ ହେଲେ ପଞ୍ଜିକରଣ ସମୟରେ ଡାକ୍ତରୀ ସାଟିଫିକେଟ ଦେଇ ରେଜିଷ୍ଟେସନ କରିବେ ।  କିଏ କେଉଁ ସ୍ଥାନରେ ଟିକା ନେବେ ତାହା ସେମାନେ ସ୍ଥିର କରିବେ। ଟିକାକରଣ କେନ୍ଦ୍ର ହୋଇଥିବା ଘରୋଇ ଡାକ୍ତର ଖାନାରେ ଟିକା ନେବାକୁ ହେଲେ ସର୍ଭିସ ଚାର୍ଜକୁ ମିଶାଇ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ପଡିବ । କିନ୍ତୁ ସରକାରୀ ଡାକ୍ତଖାନାରେ ଏହା ମାଗଣାରେ ମିଳିବ  । ରାଜ୍ୟର ସବୁ ସରକାରୀ ଡାକ୍ତର ଖାନା ଓ ବିଜୁ ସ୍ବାସ୍ଥ୍ବ  କଲ୍ୟାଣ ଯୋଜନାରେ ଅନୁବନ୍ଧିତ ୧୮୩ ଘରୋଇ ମେଡିକାଲ ରେ  ଟିକାକରଣ ବ୍ୟବସ୍ଥା ହୋଇଛି ।

ଟିକା କରଣ  ଲାଗି  ଗୋଟିଏ ପରିବାରର  ଥରକେ ୪ ଜଣ  ବୟସ୍କ ବ୍ୟକ୍ତି ନାମ ପଞ୍ଜିକରଣ କରିପାରିବେ । ଯେଉଁମାନେ ଅଲାଇନ ପଞ୍ଜିକରଣ କରିପାରିବେ ନାହିଁ ସେମାନେ ଅନସ୍ପଟ ରେଜିଷ୍ଟ୍ରେସନ କରିପାରିବେ। ତେବେ  ସାଥିରେ ପରିଚୟ ପତ୍ର ନେବାକୁ ପଡିବ  ।  ଦିନ ୯ ଟାରୁ ଆରମ୍ଭ ହେବ ଟିକାକରଣ ହେଉଥିବା ବେଳେ ଗୋଟିଏ କେନ୍ଦ୍ରରେ ଦିନକୁ  ୧୦୦ ଜଣଙ୍କୁ ଟିକା ଦିଆଯିବ । ତେବେ ଟିକା ନେବାର ଅଧ ଘଣ୍ଟା ଯାଏଁ ପ୍ରତ୍ୟେକ ଅବଜର୍ଭେସନରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.