Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା- ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ ବଡ ବୟାନ

13/12/2020 at 6:03 PM

ଭୁବନେଶ୍ଵର ୧୩।୧୨:  କରୋନା ଟିକାକୁ ନେଇ ସାରା ବିଶ୍ଵ ଏବେ ତତ୍ପର। କେବେ ସମସ୍ତଙ୍କୁ ମିଳିବ ଟିକା ? ଟିକା କେତେ ଫଳପ୍ରଦ ହେବ ? ଏହାକୁ ନେଇ ବିଚାର ବିମର୍ଶରେ ଲାଗିଛନ୍ତି ସବୁ ରାଷ୍ଟ୍ର। ଖୁବ ଶୀଘ୍ର ଭାରତରେ କରୋନା ଟିକା ଦିଆଯିବ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଥିବା ବେଳେ ଏବେ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାଓ୍ବାଲାଙ୍କ ଆସିଛି ବଡ ବୟାନ। କହିଛନ୍ତି, ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହୋଇପାରେ । ଅକ୍ଟୋବର ସୁଦ୍ଧା ସବୁ କିଛି ସ୍ବାଭାବିକ ହୋଇଯିବ। ଅର୍ଥାତ ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା। ଏ ମାସ ଶେଷ ସୁଦ୍ଧା ଜରୁରୀ ବ୍ୟବହାର ଲାଗି କୋଭିସିଲ୍ଡ କୁ ଅନୁମତି ମିଳିବା ନେଇ ସେରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଦୃଢ ଆଶାବାଦୀ। କୋଭିସିଲ୍ଡର ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ କମ୍ପାନୀ ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି ।

ଟିକା ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ବେଳେ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର।  କାହାକୁ ଆଗ ଟିକା ଦିଆଯିବ, ଟିକାକରଣ କେନ୍ଦ୍ରରେ କେତେ କର୍ମଚାରୀ ନିୟୋଜିତ ହେବେ, କେତେ ଜଣକୁ ଦୈନିକ ଟିକା ଦିଆଯାଇ ପାରିବ। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଟିକାକରଣ ସଂଚାଳନ ପ୍ରକ୍ରିୟା ନେଇ ନିର୍ଦ୍ଦେଶାବଳୀ ପ୍ରଦାନ କରିଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ- ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ଲୋକଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏହା ସହିତ ଟିକା ସଂପୂର୍ଣ୍ଣ ସୁରକ୍ଷିତ ହେବ କି ନାହିଁ  ଏ ସନ୍ଦେହ ବି ତୁହାକୁ ତୁହା ଉଙ୍କି ମାରୁଛି।  ଏହାରି ମଧ୍ୟରେ ମାଗଣା ଟିକା ଦେବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଏବେ ଲୋକଙ୍କୁ ପ୍ରତିଶୃତି ଦେବାରେ ଲାଗିଛନ୍ତି । କେରଳ ସମେତ ୫ ରାଜ୍ୟ ମାଗଣା ଟିକା ଦେବାକୁ ଘୋଷଣା କରିସାରିଲେଣି।

ଏସବୁ ଭିତରେ ଆଶ୍ଵସ୍ତିର ବିଷୟ ହେଲା ଦେଶ ସହ ଆମ ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଲଗାତର ହ୍ରାସ ପାଇବା । ୭ ଦିନ ଧରି ଦେଶରେ କରୋନା ମୃତ୍ୟୁ ୫୦୦ରୁ କମ୍‌ ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୬ ହଜାର ରହିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫ ପାଖାପାଖି ରହୁଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୪ ଶହ ତଳେ ରହିଛି ।  କିନ୍ତୁ କରୋନାକୁ ଆମେ ସଂପୂର୍ଣ୍ଣ ଜିତି ନାହୁଁ । କରୋନା ଏବେବି ବିପଦ ହୋଇ ରହିଛି । ସାମାନ୍ୟ ଅସାବଧାନତା ସ୍ଥିତିକୁ ସଂଗୀନ କରିଦେଇପାରେ ବୋଲି ସତର୍କ କରାଇ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ସଂଯୋଜକ ତଥା ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋ ଇଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ ।

କିନ୍ତୁ ଅନେକ ଲୋକ ଏବେବି ମାସ୍କ ପିନ୍ଧୁ ନାହାନ୍ତି, ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି । ବିଭିନ୍ନ ସ୍ଥାନରେ ରିଅଲିଟି ଚେକ୍ ବେଳେ ଏହି ତଥ୍ୟ ପଦାକୁ ଆସିଛି । ଯାହା ପୁଣି ବିପଦକୁ ଟାଣି ଆଣିପାରେ ।

   Related Posts