ଆସନ୍ତାକାଲି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ

Published By : Prameya-News7 Bureau | April 28, 2021 IST

ଭୁବନେଶ୍ଵର ୨୮।୦୪: ଆସନ୍ତାକାଲି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀରେ ଟିକାକରଣ ବନ୍ଦ ରହିବ। ଖୋର୍ଦ୍ଧା  ଜିଲ୍ଲାରେ ଟିକାକରଣ ବନ୍ଦ ସତ୍ତ୍ଵେ ବିଏମସି ଅଞ୍ଚଳରେ ଟିକାକରଣ ଜାରି ରହିବ। ଟିକା ଅଭାବ କାରଣରୁ ଏହି ସବୁ ଜିଲ୍ଲାର ଟିକାକରଣ କେନ୍ଦ୍ର ବନ୍ଦ ରହିବ ବୋଲି କୁହାଯାଇଛି।

ଏହା ପୂର୍ବରୁ ଟିକା ଅଭାବକୁ ନେଇ ଅନେକ ରାଜ୍ୟରେ ଟିକାକରଣ ପ୍ରଭାବିତ ହୋଇଛି। ଅନ୍ୟପଟେ ସମଗ୍ର ଦେଶରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। କିନ୍ତୁ ଆବଶ୍ୟକ ଟିକା ମିଳିନଥିବାରୁ ଅନେକ ରାଜ୍ୟରେ ଟିକାକରଣ ବିଳମ୍ବ ହେବ। ଓଡିଶା ସରକାର ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ରେ ହୋଇ ପାରିବ ନାହିଁ। ଏଥିରେ ବିଳମ୍ବ  ଘଟିବ। ଟିକା ପାଇଁ ଅର୍ଡର ଦିଆଯାଇଛି। କିନ୍ତୁ ରାଜ୍ୟକୁ ଟିକା ମିଳିବ ତାହା ସ୍ପଷ୍ଟ ଜଣା ପଡିଥିବା ରାଜ୍ୟ ସରକାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.