ଆସନ୍ତାକାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ, ମ୍ୟୁନିସିପାଲିଟି ଓ ବ୍ଲକରେ କ୍ୟାମ୍ପେନ୍ ମୋଡରେ ହେବ ଭାକସିନେସନ୍

Published By : Prameya-News7 Bureau | June 20, 2021 IST

ଭୁବନେଶ୍ଵର, ୨୦/୦୬ : ସୋମବାରଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା। କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ ହେବ। ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟିକାକରଣ। ଉଭୟ ରାଜ୍ୟ ଆଣିଥିବା ଓ କେନ୍ଦ୍ର ସରକାର ଯୋଗାଇ ଟିକା ଲୋକମାନଙ୍କୁ ଦିଆଯିବା ନେଇ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୫ଟି ସେସନ, ଏନଏସସିରେ ୫ଟି ଲେଖାଏଁ ସେସନ, ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଟିକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ୍ ସମୟରେ ଦ୍ୱିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

କରୋନା ସଂକ୍ରମଣ ହାର ପ୍ରତିଦିନ ହ୍ରାସ ପାଇବାରୁ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି । ହେଲେ ସାମାନ୍ୟ ଢିଲାପଣ ପୁଣି ଥରେ ବଡ଼ ବିପତ୍ତିକୁ ଟାଣିଆଣିପାରେ। ଏନେଇ କେନ୍ଦ୍ର ସରକାର ସଚେତନ କରିଛନ୍ତି । ସଂକ୍ରମଣ ମାତ୍ରା ହ୍ରାସ ପାଇଲେ ମଧ୍ୟ ଟ୍ରେଷ୍ଟ, ଟ୍ରାକ, ଟ୍ରିଟ ରଣନୀତି ପୂର୍ବ ଭଳି ଜାରି ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ତୃତୀୟ ଲହରୀ ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଥିବାରୁ ହୁସିଆର ରହିବାକୁ ପଡ଼ିବ । ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଟିକା ହିଁ ସବୁଠାରୁ ଅଧିକ ପ୍ରଭାବଶାଳୀ । ଏଣୁ ରାଜ୍ୟରେ ଟିକାକରଣ ବ୍ୟାପକ କରିବାକୁ ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.