Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଓଡିଶାରେ ଦିନକରେ ୪ ଲକ୍ଷ ଟିକାକରଣ : ୧ କୋଟି ୨୫ ଲକ୍ଷ ଟପିଲାଣି ଭାକସିନେସନ

6/07/2021 at 7:22 AM

ଭୁବନେଶ୍ୱର, ୦୬|୦୭: ଦିନକରେ ରାଜ୍ୟରେ ୪ ଲକ୍ଷ ଟିକାକରଣ । ସୋମବାର ଗୋଟିଏ ଦିନରେ ରାଜ୍ୟରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟର ୧୬୯୬ଟି କେନ୍ଦ୍ରରେ ଟିକାଦାନ କରାଯାଇଛି। ଏହାଫଳରେ ଓଡ଼ିଶାରେ ଇତିମଧ୍ୟରେ ମୋଟ ଟିକାକରଣ ୧କୋଟି ୨୫ଲକ୍ଷ ୭୭ହଜାର ୮୮୨ରେ ପହଞ୍ଚିଛି।

ସୋମବାର ଗଞ୍ଜାମରେ ସର୍ବାଧିକ ୪୦ହଜାର, ବାଲେଶ୍ବରରେ ୨୬ ହଜାର ୬୩୭, କଟକରେ ୧୭ ହଜାର ୩୨, ଖୋର୍ଦ୍ଧାରେ ୧୭ ହଜାର ୭୬୧, ସୁନ୍ଦରଗଡ଼ରେ ୧୧ ହଜାର ୭୨୩, ମୟୂରଭଞ୍ଜରେ ୧୫ ହଜାର ୧୮, କେଉଁଝର ଜିଲ୍ଲାରେ ୨୦ ହଜାର ୮୦, ଯାଜପୁରରେ ୧୫ ହଜାର ୩୩୯, ବଲାଙ୍ଗୀରରେ ୧୮ ହଜାର ୨୮୭, ସମ୍ବଲପୁରରେ ୯ ହଜାର ୪୯୨ ଟିକାକରଣ କରାଯାଇଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୩ ହଜାରରୁ ୩ହଜାର ଭିତରେ ଟିକାକରଣ କରାଯାଇଛି। ୪ହଜାରରୁ ୨ହଜାର ଭିତରେ ଦେବଗଡ଼, ବୌଦ୍ଧ, ମାଲକାନଗିରି, କନ୍ଧମାଳ ଓ ପୁରୀ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଦେଶରେ ସୋମବାର ୪୫ଲକ୍ଷରୁ ଊର୍ଦ୍ଧ୍ବ ଟିକାକରଣ କରାଯାଇଛି । ମହାମାରୀ କରୋନା ବିରୋଧ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅସ୍ତ୍ର। ଯାହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି।

   Related Posts