Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଦେଶରେ ବ୍ୟାପକ ହେଉଛି ଟିକାକରଣ ଅଭିଯାନ : ଦିଆଗଲାଣି ୩୪ କୋଟି ଭ୍ୟାକସିନ୍‌, ୨୪ ଘଣ୍ଟାରେ ୪୨.୬୪ ଲକ୍ଷ ଡୋଜ୍

2/07/2021 at 4:12 PM

ନୂଆଦିଲ୍ଲୀ ୦୨/ ୦୭ : ଦେଶରେ ଟିକାକରଣ ବ୍ୟାପକ ଭାବେ ଜାରି ରହିଛି । ଏହିକ୍ରମରେ ଦେଶରେ ଟିକାକରଣ ୩୪ କୋଟି ପାର କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୩୪ କୋଟି ୭୬ ହଜାର ୨୩୨ ଡୋଜ୍ ଭ୍ୟାକସିନ ଦିଆସରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଲକ୍ଷ ୬୪ ହଜାର ୧୨୩ ଜଣଙ୍କୁ ଭ୍ୟାକସିନ ଦିଆଯାଇଛି । ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମୋଟ ଟିକାକରଣ ମଧ୍ୟାରୁ ମୋଟ ୨୭ କୋଟି ୯୪ ଲକ୍ଷ ୫୪ ହଜାର ୯୧ ଜଣ ପ୍ରଥମ ଡୋଜ ନେଇସାରିଥିବା ବେଳେ  ୬ କୋଟି ୬ ଲକ୍ଷ ୨୨ ହଜାର ୧୪୧ ଜଣ ଦ୍ବିତୀୟ ଡୋଜ ଟିକାନେଇସାରିଛନ୍ତି । ସେହିଭଳି ଏକ କୋଟି ୨ ଲକ୍ଷ ୧୬ ହଜାର ୫୬୭ ଜଣ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇସାରିଥିବା ବେଳେ ୭୨ ଲକ୍ଷ ୭୦ ହଜାର ୪୭୬ ଜଣ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍‌ ନେଇସାରିଲେଣି ।

ସେହିଭଳି ୧ କୋଟି ୭୫ ଲକ୍ଷ ୩୦ ହଜାର ୭୧୮ ଜଣ ଆଗଧାଡିର କୋଭିଡ ଯୋଦ୍ଧା ପ୍ରଥମ ଡୋଜ ଏବଂ ୯୫ ଲକ୍ଷ ୫୧ ହଜାର ୯୩୬ ଜଣ ଆଗଧାଡିର କୋଭିଡ ଯୋଦ୍ଧା ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି । ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ୯ କୋଟି ୪୧ ଲକ୍ଷ୍ ୩ ହଜାର ୯୮୫ ଜଣ ପ୍ରଥମ ଡୋଜ ନେଇସାରିଥିବା ବେଳେ ୨୨ ଲକ୍ଷ ୭୩ ହଜାର ୪୭୭ ଜଣ ଦ୍ବିତୀୟ ଡୋଜ ନେଇସାରିଛନ୍ତି । ସେହିଭଳି ୪୪ ବର୍ଷରୁ ୫୯ ବର୍ଷ ମଧ୍ୟରେ ୮ କୋଟି ୯୨ ଲକ୍ଷ ୪୬ ହଜାର ୯୩୪ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ଏକ କୋଟି ୬୮ ଲକ୍ଷ ୫୫ ହଜାର ୬୭୬ ଜଣ କରୋନା ଭ୍ୟାକସିନର ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି ।ଏହା ଛଡା ୬୦ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬ କୋଟି ୮୩ ଲକ୍ଷ ୫୫ ହଜାର ୮୮୭ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି ଏବଂ ୨ କୋଟି ୪୬ ଲକ୍ଷ ୭୦ ହଜାର ୫୭୬ ଜଣ ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି ।    

ସଂକ୍ରମଣ କଥା କହିବାକୁ ଗଲେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬,୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪ ଲକ୍ଷ ୫୮ ହଜାର ୨୫୧ ଜଣ ସଂକ୍ରମିତ ହୋଇସାରିଛନ୍ତି । ସେଥିମଧ୍ୟରୁ ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪,୦୦,୩୧୨ ଜଣଙ୍କର ମୃତ୍ୟୁ ହେଲାଣି । ସେହିଭଳି ୫,୦୯ ୬୩୭ ଟି ଆକ୍ଟିଭ୍ କେସ୍‌ ରହିଛି ।

   Related Posts