Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନା ଟିକାକରଣରେ ମାଇଲଷ୍ଟୋନ୍ : ଏହି ୧୦ ରାଜ୍ୟରେ ହୋଇଛି ସର୍ବାଧିକ ଭାକସିନେସନ୍

21/10/2021 at 1:09 PM

ନୂଆଦିଲ୍ଲୀ ୨୧/୧୦:    କରୋନା ଟିକାକରଣ ମାମଲାରେ ଭାରତ ୧୦୦ କୋଟି ଡୋଜ୍ ପୂରଣ କରିଛି । ଯାହା ଏକ ମାଇଲଖୁଣ୍ଟ । ସାରା ଦେଶରେ କରୋନା ବିରୋଧରେ ଲଢେଇ ଜାରି ରହିଛି । ୧୦୦ କୋଟି ଟିକାକରଣରେ ସମସ୍ତ ରାଜ୍ୟର ଯୋଗଦାନ ରହିଛି । କିନ୍ତୁ କିଛି ରାଜ୍ୟ ଟିକାକରଣ ଆରମ୍ଭ ହେବାର ୯ ମାସରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛନ୍ତି ।

ଉତ୍ତର ପ୍ରଦେଶରେ ୯ କୋଟି ୪୩ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୨.୭୮ କୋଟିଙ୍କୁ ଦ୍ୱିତୀୟ ଡୋଜ୍, ମହାରାଷ୍ଟ୍ରରେ ୬.୪୩ କୋଟିଙ୍କୁ ପ୍ରଥମ ଡୋଜ୍, ପଶ୍ଚିମବଙ୍ଗରେ ୪.୯୭ କୋଟିଙ୍କୁ ପ୍ରଥମ ଓ ୧.୮୭ କୋଟିଙ୍କୁ ଦ୍ୱିତୀୟ ଡୋଜ୍, ଗୁଜୁରାଟରେ ୪.୪୧ କୋଟିଙ୍କୁ ପ୍ରଥମ ଓ ୨.୩୫ କୋଟିଙ୍କୁ ଦ୍ୱିତୀୟ, ବିହାରରେ ୪.୮୦ କୋଟିଙ୍କୁ ପ୍ରଥମ ଓ ୧.୫୪ କୋଟିଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ସେହିପରି ମଧ୍ୟପ୍ରଦେଶରେ ୪.୯୪ କୋଟିଙ୍କୁ ପ୍ରଥମ, କର୍ଣ୍ଣାଟକରେ ୪.୧୨ କୋଟିଙ୍କୁ ପ୍ରଥମ, ୨.୦୫ କୋଟିଙ୍କୁ ଦ୍ୱିତୀୟ, ରାଜସ୍ଥାନରେ ୪.୨୧ କୋଟିଙ୍କୁ ପ୍ରଥମ, ୧.୮୮ କୋଟିଙ୍କୁ ଦ୍ୱିତୀୟ, ତାମିଲନାଡୁରେ ୩.୯୪ କୋଟିଙ୍କୁ ପ୍ରଥମ, ୧.୪୪ କୋଟିଙ୍କୁ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶରେ ୩.୧୦ କୋଟିଙ୍କୁ ପ୍ରଥମ ଓ ୧.୭୫ କୋଟିଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଭାରତରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା । ସେହିପରି ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଟିକା ପ୍ରଦାନ ନେଇ ଘୋଷଣା ହୋଇଥିଲା । ପ୍ରଥମେ ଦେଶର ସବୁଠାରୁ ଅଧିକ ସଂକ୍ରମିତ ସହରରେ ଟିକାକରଣ ଆରମ୍ଭ ହୋଇଥିଲା ।

   Related Posts