Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରାଜ୍ୟରେ ଟିକା ସଙ୍କଟ, ଆଜି ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ

17/05/2021 at 7:20 AM

ଭୁବନେଶ୍ୱର ୧୭।୦୫:  କରୋନା କରୁଛି କଲବଲ । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ ।

ଖବର ଅନୁଯାୟୀ,  ଆଜି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଯେଉଁ ୮ଟି ଜିଲ୍ଲାରେ ଭ୍ୟାକ୍ସିନେସନ ବନ୍ଦ ରହିବ ସେଗୁଡିକ ହଲା- ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଜାରି ରହିବ ଭ୍ୟାକ୍ସିନେସନ । ଶନିବାର ସୁଦ୍ଧା ରାଜ୍ୟରେ ଟିକାକରଣ ସଂଖ୍ୟା ୬୫ ଲକ୍ଷ ୬୭ ହଜାର ୪୨୯ରେ ପହଞ୍ଚିଛି ।

   Related Posts