Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜ୍ୟର ୫ ଜିଲ୍ଲାରେ ଟିକାକରଣ ବନ୍ଦ, ପର୍ଯ୍ୟାପ୍ତ ପରିମାଣର ଟିକା ଆସିବ ପରେ ଆରମ୍ଭ ହେବ

30/04/2021 at 7:20 AM

ଭୁବନେଶ୍ୱର ୩୦।୦୪: ଆଜି ୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। କୋଭିସିଲ୍ଡ ଟିକାର ଅଭାବ କାରଣରୁ ଟିକା କରଣ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯେଉଁସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ସେସବୁ ଜିଲ୍ଲାଗୁଡିକ ହେଲା ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, ସୋନପୁର।

ସେହିପରି ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା। ଟିକାର ସପ୍ଲାଏ କମ ରହୁଥିବାରୁ ଅନେକ ଗୁଡ଼ିଏ କେନ୍ଦ୍ର ବନ୍ଦ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି। ଏଥିସହିତ ପୂରା ଜିଲ୍ଲାରେ ମଧ୍ୟ ବନ୍ଦ କରିବାକୁ ପଡୁଛି। ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଏବେ ୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ ।

ଏଥିସହ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଦେବା ପାଇଁ ମଧ୍ୟ ସମ୍ଭବପର ହେବ ନାହିଁ। ଏହାପରେ ଶନିବାର ଓ ରବିବାର ପୁରା ରାଜ୍ୟରେ ଟିକାକରଣ ବନ୍ଦ ରହୁଥିବାରୁ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବ। ଏଥିସହିତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାରେ ବିଳମ୍ବ ମଧ୍ୟ ହୋଇପାରେ। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧ ଲକ୍ଷ ୬୬୦ ଡୋଜ କୋଭିସିଲ୍ଡ ଟିକା ଥିବା ବେଳେ ୩ ଲକ୍ଷ ୩୪ ହଜାର ୫ଶହ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି।

   Related Posts