Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଜ୍ୟର ୩ ଜିଲ୍ଲାରେ ଟିକାକରଣ ବନ୍ଦ, ମହଜୁଦ ଟିକା ୨ରୁ୩ ଦିନ ଯିବ

17/04/2021 at 11:30 AM

ଭୁବନେଶ୍ୱର ୧୭।୦୪: ରାଜ୍ୟରେ ୩ ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିଛି । ରାଜ୍ୟର ୩ଜିଲ୍ଲା ଯଥାକ୍ରମେ-ଝାରସୁଗୁଡ଼ା, ନୂଆପଡ଼ା, କୋରାପୁଟରେ ସଂପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଛି । ଟିକା ନଥିବାରୁ ବନ୍ଦ ରହିଛି ଟିକାକରଣ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ରାଜ୍ୟରେ ଥିବା ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ରେ କେନ୍ଦ୍ରରେ ଟିକା ନଥିବାରୁ ବନ୍ଦ ରହିଛି । ସେପଟେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ୧୦ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍‌ ଯୋଗୁଁ ସେଠାରେ ଟିକାକରଣ ବନ୍ଦ ରଖାଯାଇଛି । ବର୍ତ୍ତମାନ ଯେତିକି ଟିକା ରହିଛି । ତାହା ଆଗକୁ ମାତ୍ର ୨ରୁ ୩ଦିନ ଯାଇପାରିବ ।  ରାଜ୍ୟରେ ଏବେ ୩.୬ କୋଭିସିଲ୍‌ଡ ଟିକା ରହିଥିବା ବେଳେ କୋଭାକ୍ସିନ୍‌ ଟିକା ୨.୩ ଲକ୍ଷ ରହିଛି । ଟିକା ଅଭାବ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖୁଛି ।

   Related Posts