Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କୋଓ୍ବିନ୍‌ ଓ ଆରୋଗ୍ୟ ସେତୁ ଆପ୍‌ରେ ବିନା ପଞ୍ଜିକରଣରେ ଯୁବପୀଢ଼ିଙ୍କୁ ମିଳିବନି ଟିକା, ଜାଣନ୍ତୁ କଣ ରହିଛି ସରକାରଙ୍କ ରଣନୀତି

25/04/2021 at 5:40 PM

ନୂଆଦିଲ୍ଲୀ ୨୫/୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ଆଡ଼କୁ ଯିବା ପରେ ମେ’୧ରୁ ସମସ୍ତଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ମେ’ ପହିଲାରୁ କରୋନା ଟିକାକରଣ ୧୮-୪୫ ବର୍ଷ ବୟସର ଲୋକଙ୍କୁ ଦିଆଯିବାକୁ ଥିବା ବେଳେ ଏଥିପାଇଁ ପଞ୍ଜିକରଣ ଜରୁରୀ। କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣ କରିବା ଏବଂ ଟିକାକରଣ ପାଇଁ ସମୟ ନେବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ ପାଇଁ ସୁବିଧା ରହିବ ନାହିଁ ବୋଲି ଜଣାପଡ଼ିଛି।

ରବିବାର ଏନେଇ ସୂଚନା ମିଳିଛି। କିନ୍ତୁ ୪୫ରୁ ଉର୍ଦ୍ଧ୍ବ ବୟସର ଲୋକଙ୍କୁ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରି ଟିକା ଦେବାର ସୁବିଧା ପୂର୍ବବତ ଜାରି ରହିବ। ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତିଙ୍କୁ ଟିକା ଲଗାଯିବା ପରେ ଟିକାର ଚାହିଦା ବୃଦ୍ଧି ହେବ। ଭିଡ଼କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ୧୮-୪୫ ବର୍ଷୀୟ ଲୋକଙ୍କୁ ପ୍ରଥମେ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣ କରି ସମୟ ନେବାକୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ କରିବାକୁ ଅନୁମତି ରହିବ ନାହିଁ।

୧୮-୪୫ ବର୍ଷ ବୟସର ଲୋକେ ଯେଉଁମାନେ ଟିକା ନେବାକୁ ଇଚ୍ଛୁକ ସେମାନେ କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ରେ ୨୮ ତାରିଖରୁ ପଞ୍ଜିକରଣ କରିପାରିବେ। ଏବେ ଘରୋଇ ଟିକାକରଣ କେନ୍ଦ୍ର ସରକାରଙ୍କ ପାଖରୁ ଟିକା ନେଇ ୨୫୦ ଟଙ୍କା ପ୍ରତି ଡୋଜ୍‌ରେ ବିକ୍ରି କରୁଥିବା ବେଳେ ମେ ପହିଲାରୁ ନିର୍ମାତା କମ୍ପାନୀଙ୍କ ପାଖରୁ ସିଧା କ୍ରୟ କରିପାରିବେ ବୋଲି ଜଣାପଡ଼ିଛି।  

   Related Posts